Advertisment

ହକି ନାଁ କହି ସବୁ ଭାଙ୍ଗିଦେଲେ ! କିଏ ଜୀବିକା ହରାଇଲେ ତ ଆଉ କିଏ ବାସସ୍ଥାନ...

ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ।

ଅଦ୍ୟତନ ହୋଇଛି
Locals accuse BMC of destroying their livelihood in name of beatification in Bhubaneswar

Locals accuse BMC of destroying their livelihood in name of beatification in Bhubaneswar

Advertisment

ହକି ନାଁ କହି ସବୁ ଭାଙ୍ଗିଦେଲେ। ଆଉ ସେହି ଭଙ୍ଗା ଅବସ୍ଥାରେ ହିଁ ଛାଡ଼ି ଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ। ହକି ନାଁରେ ଏବେ ଏମିତି ରାଜଧାନୀବାସୀଙ୍କ ଜୀବିକା ଓ ବାସସ୍ଥାନ ଛଡାଇ ନେଇଛି BMC। କିଏ ଜୀବିକା ହରାଇଛନ୍ତି ତ ଆଉ କିଏ ବାସସ୍ଥାନ। ବିଏମ୍‌ସିର ଏଭଳି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି।

Advertisment

ହକି ବିଶ୍ୱକପ୍‌ ପାଇଁ ଓଡ଼ିଶାରେ ଖେଳାଳି ପହଞ୍ଚି ସାରିଲେଣି। ପଡ଼ିଆରେ ସମସ୍ତ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ମାତ୍ର ସରୁନି BMCର ସୌନ୍ଦର୍ଯ୍ୟକରଣ କାମ। ଏବେ ବି ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି। ଏପରି ଲାଗୁଛି ହକି ବିଶ୍ୱକପ୍ ସରିଯିବ ପଛେ କାମ ସରିବନି। ଅନ୍ୟପକ୍ଷେ, ସୌନ୍ଦର୍ଯ୍ୟକରଣ ନାଁରେ ରାସ୍ତାକଡ଼ରେ ଥିବା ଅନେକ ଉଠାଦୋକାନୀଙ୍କୁ ଉଚ୍ଛେଦ ପରେ ସେମାନେ ଏବେ ଜୀବୀକା ହରାଇଛନ୍ତି।

ରାସ୍ତାକଡ଼ରେ ଭଙ୍ଗା ଦଦରା କାନ୍ଥ ସେମିତି ପଡ଼ି ରହିଛି। ନା ସେଠାରେ ସୌନ୍ଦର୍ଯ୍ୟକରଣ ହେଉଛି, ନା ଉଠା ଦୋକାନୀଙ୍କୁ କେଉଁଠି ଥଇଥାନ କରିଛି ବିଏମ୍‌ସି। ଏଭଳି ସ୍ଥିତିରେ ନିଜର କ୍ଷୋଭ ଜାହିର କରିଛନ୍ତି କ୍ଷତିଗ୍ରସ୍ତ। ଖାଲି ବ୍ୟବସାୟ ସଂସ୍ଥା ନୁହେଁ ଅନେକ ବାସସ୍ଥାନକୁ ମଧ୍ୟ ଭାଙ୍ଗି ଶହ ଶହ ଲୋକଙ୍କୁ ବାସହରା କରିଛି ବିଏମ୍‌ସି। ବାଣୀ ବିହାରର ବସ୍ତିରେ ରହୁଥିବା ୫୦ରୁ ଅଧିକ ଦେହଜୀବୀ ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। 

Advertisment

ହକି ବିଶ୍ୱକପ୍ ପାଇଁ ହେଉଥିବା ଏ ସୌନ୍ଦର୍ଯ୍ୟକରଣ କେତେ ଦିନ ରହିବ ? କିଏ ଏହାର ରକ୍ଷଣାବେକ୍ଷଣା କରିବ ? ଏନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ୨୦୧୮ରେ ମଧ୍ୟ ସମାନ ଭାବେ କୋଟି କୋଟି ଟଙ୍କା ବ୍ୟୟରେ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣା ଅଭାବରୁ ସବୁ ପୁଣିଥରେ ଉଭେଇ ଗଲା। ଆଉ ଏବେ ପୁଣି ଥରେ ସମାନ ସ୍ଥିତି ଉପୁଜିବ ନାହିଁ ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଏ ନେଇ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

(ରିପୋର୍ଟ- ଚନ୍ଦନ ପାଇକରାୟ, ଭୁବନେଶ୍ୱର)

Hockey World Cup 2023 Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ