Advertisment

ନଡ଼ିଆ ଚାରା ଘୋଟାଲା :୨୮ ଲକ୍ଷ ଟଙ୍କାର ବିଲ୍ ହୋଇଛି, ହେଲେ ୨୮ଟି ଗଛ ଦେଖିବାକୁ ମିଳୁନି

ଜଗତସିଂହପୁର ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ଏବେ ନଡ଼ଇା ଚାରା ଘୋଟାଲାକୁ ନେଇ ହଇଚଇ

Special story

Special story

Advertisment

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ନଡ଼ିଆ ଚାରା ଘୋଟାଲା । ମନରେଗା ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଜଗତସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଲଗାଯାଇଥିଲା ୪ ହଜାରରୁ ଅଧିକ ନଡ଼ିଆ ଚାରା । ୨୮ ଲକ୍ଷ ଟଙ୍କା ବିଲ୍ ହୋଇଛି, ହେଲେ ଏବେ ୨୮ଟି ଗଛ ମଧ୍ୟ ନାହିଁ । କୁଆଡେ ଗଲା ୪ ହଜାର ଗଛ, ପ୍ରକୃତରେ ଗଛ ଲାଗିଥିଲା ନା ନାହିଁ, ଏବେ ତାକୁ ନେଇ ଉଠିଛି ପ୍ରଶ୍ନ । ଘୋଟାଲା ପଛରେ ମୃତ୍ତିକା ସଂରକ୍ଷଣ ବିଭାଗର ତତ୍କାଳୀନ ସହକାରୀ ନିର୍ଦ୍ଦେଶକଙ୍କ ହାତ ଥିବା ଅଭିଯୋଗ ହେଉଛି ।

Advertisment

୨୦୨୦-୨୧ରେ ମନରେଗା ଯୋଜନାରେ ଜଗତସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଲଗାଯାଇଥିଲା ୪ ହଜାର ୧୧୦ଟି ନଡ଼ିଆ ଚାରା । ବୃକ୍ଷରୋପଣ, ଖତ ଓ ସାର ଏବଂ ରକ୍ଷଣାବେକ୍ଷଣ ବାବଦରେ ୪୩ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ସେଥିରୁ ୨୮ ଲକ୍ଷ ୪୬ ହଜାର ଟଙ୍କା ବିଲ୍ କରାଯାଇଥିବା ଆରଟିଆଇ ତଥ୍ୟ କହୁଛି । କିନ୍ତୁ ଚାରା ଲାଗିଥିବା ସ୍ଥାନକୁ ଦେଖନ୍ତୁ, ୪ ହଜାର ତ ଦୂରର କଥା, ହାତଗଣତି ୪-୫ଟି ଗଛ । ଲଟାବୁଦା ଆଡ଼େଇ ଖୋଜିଲେ ମିଳୁଛି କାଁ ଭାଁ ଗଛ ରହିଥିବା ବେଳେ ସେଗୁଡିକ ମରିଯିବା ଅବସ୍ଥାରେ ତା ଉପରେ ଅନାବନା ଓ ଲଟା ବୁଦା ମାଡ଼ିଗଲାଣି । ଫଳରେ ଏହା ପଛରେ ବଡ଼ କିକବ୍ୟାକ୍ ହୋଇଥିବା ପଞ୍ଚାୟତ ବାସୀଙ୍କ ଅଭିଯୋଗ ।

ଅଢଙ୍ଗା ପଞ୍ଚାୟତରେ କୋଳଦାଠାରୁ ଅଢଙ୍ଗା, ଭଟାହରଠାରୁ ଅଢଙ୍ଗା, କାନପୁରଠାରୁ ଜଗନ୍ନାଥପୁର ଓ ଅଢଙ୍ଗାଠାରୁ ଚଣାପୁର ପର୍ଯ୍ୟନ୍ତ କେନାଲ ବନ୍ଧରେ ଏଭଳି ୪ ହଜାର ଗଛ ଲାଗିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ଲୋକେ ବି କହିଛନ୍ତି, ହଁ ଗଛ ଲାଗିଥିଲା ତେବେ ଗଛରେ ପାଣି ଦିଆନଯିବା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । ତେବେ କୁଆଡେ ଗଲା ଏତେ ସଂଖ୍ୟକ ନଡ଼ିଆ ଚାରା? ପ୍ରକୃତରେ ୪ ହଜାର ଗଛ ଲାଗିଥିଲା ନା ନାହିଁ ? ଏହାର ତଦନ୍ତ କରାଯାଉ ବୋଲି ଦାବି ହୋଇଛି

Advertisment
Yojana Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ