Advertisment

କର୍କଟର ମୁହଁରୁ ବଞ୍ଚିଲା କୁନି ପୁଅ; ବାପାର ଖୁସି କହିଲେ ନ ସରେ

କର୍କଟ ରୋଗ ହେଉଛି ଜୀବନର ଘାତକ। ଏହି ରୋଗ ଥରେ ଯାହାକୁ ହେଇଯାଏ ସେ ତ ମୃତ୍ୟୁ ସହ ସଂଗ୍ରାମ କରେ ଏହା ସହିତ ପରିବାରର ସବୁ ସୁଖ ମଧ୍ୟ ପାଣି ହୋଇଯାଏ। ଏହି ରୋଗ ଦୀର୍ଘ ସମୟ ଧରି ରହୁଥିବା ବେଳେ ଏହାର ଚିକିତ୍ସା ମଧ୍ୟ ଦୀର୍ଘ ଓ କଷ୍ଟକର ହୋଇଥାଏ। ଯଦି କଥା ପିଲାମାନଙ୍କର ପଡେ ତେବେ ଆହୁରି ବିପଦ। ପିଲାମାନେ ଏହିରୋଗର ପଡି ସନ୍ତୁଳି ହେବା ନିହାତି ଅଧିକ ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ।

Little boy was declared cancer free

Little boy was declared cancer free

Advertisment

କର୍କଟ ରୋଗ ହେଉଛି ଜୀବନର ଘାତକ। ଏହି ରୋଗ ଥରେ ଯାହାକୁ ହେଇଯାଏ ସେ ତ ମୃତ୍ୟୁ ସହ ସଂଗ୍ରାମ କରେ ଏହା ସହିତ ପରିବାରର ସବୁ ସୁଖ ମଧ୍ୟ ପାଣି ହୋଇଯାଏ। ଏହି ରୋଗ ଦୀର୍ଘ ସମୟ ଧରି ରହୁଥିବା ବେଳେ ଏହାର ଚିକିତ୍ସା ମଧ୍ୟ ଦୀର୍ଘ ଓ କଷ୍ଟକର ହୋଇଥାଏ। ଯଦି କଥା ପିଲାମାନଙ୍କର ପଡେ ତେବେ ଆହୁରି ବିପଦ। ପିଲାମାନେ ଏହିରୋଗର ପଡି ସନ୍ତୁଳି ହେବା ନିହାତି ଅଧିକ ଯନ୍ତ୍ରଣାଦାୟକ ଓ ହୃଦୟବିଦାରକ।

Advertisment

ଥରେ ଭାବନ୍ତୁ ତ, ଯଦି ବି କେହି ଏହି କର୍କଟର ମରଣ ମୁହଁରୁ ବଞ୍ଚିଆସେ ତେବେ ପରିବାରରେ ଖୁସିର ମାହୋଲ କିପରି ହୋଇଥିବ। ଏହାଛଡା ଯଦି ଜଣେ ଛୋଟ ପିଲା କର୍କଟ ଭଳି ରୋଗକୁ ହରେଇ ସେଥିରୁ ମୁକୁଳି ଆସେ ତେବେ ବାପା-ମାଆଙ୍କର ହୃଦୟ କ’ଣ ନ ହେଉଥିବ! ଏବେ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଏକ ଛୋଟ ପିଲା କର୍କଟ ଉପରେ ବିଜୟପ୍ରାପ୍ତ କରି ଘରକୁ ଫେରିଆସିଛି। ଏଥିରେ ତାଙ୍କ ବାପାଙ୍କ ଖୁସି କହିଲେ ନ ସରେ।

Advertisment

ଏହି କମ ସମୟର ଭିଡିଓରେ ଯେତେବେଳେ ଜଣେ ବାପା ଜାଣିବାକୁ ପାଇଲେ ଯେ ତାଙ୍କ କୁନି ପୁଅ କର୍କଟ ଭଳି ଜୀବନଘାତକ ରୋଗରୁ ମୁକ୍ତି ପାଇଯାଇଛି, ସେ ତାଙ୍କ ପୁଅକୁ କାଖେଇ ନାଚିବାକୁ ଲାଗିଲେ। ଏହାପରେ ଆପଣ ଭିଡିଓରେ ଆଗକୁ ଦେଖିପାରିବେ ଯେ ବାପା ପିଲାଟିକୁ କାଖରୁ ତଳକୁ ଓହ୍ଲେଇ ତା’ ସହ କିପରି ମସ୍ତି କରୁଛନ୍ତି। ଏହି ଭିଡିଓରେ ଉଭୟ ବାପ-ପୁଅ ଖୁସିରେ ଉତ୍‌ଫୁଲିତ୍ ହୋଇ ନାଚୁଥିବା ଦେଖାଯାଆନ୍ତି।

Advertisment

ଏହି ଭିଡିଓର ସବୁଠାରୁ ନିଆରା ଜିନିଷ ଏହା ଯେ ଉଭୟ ବାପ-ପୁଅ ନାଲି ଓ କଳା ରଙ୍ଗର ଚେକ ସାର୍ଟ ସହିତ ସମାନ ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି। ଏହି ଭିଡିଓ @kennyclutch ନାମକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର ହୋଇଥିବା ବେଳେ କ୍ୟାପ୍‌ସନ୍‌ରେ ଲେଖାଅଛି ଯେ “ମହାନ ନେତା ଜାଣିଥିବେ ଆତ୍ମବିଶ୍ୱାସ କିପରି ବଢେଇବାକୁ ହୋଇଥାଏ ଯାହା ସଫଳତା ଆଡକୁ ନେଇଯାଇଥାଏ।”

ଏହି ଭିଡିଓକୁ ପିଲାଟିର ବାପା କେନିଥ୍ ଏଲନ ଥମସ ଶେୟାର କରିଛନ୍ତି। ଏହି ଭିଡିଓ ଖୁବ ଜୋରଦାର୍ ଭାଇରାଲ ହେବାରେ ଲାଗିଛି। ଖବର ଲେଖାହେବା ବେଳକୁ ୨ ଲକ୍ଷରୁ ଅଧିକ ଭିୟୁ ହୋଇସାରିଥିବା ବେଳେ ୩୦ ହଜାର ପ୍ରେ ଲାଇକ୍ ଓ ୨,୧୮୦ ଉପରେ କମେଣ୍ଟ ହୋଇସାରିଥିଲା।

Cancer Patients Cancer Special Story Smala Child In Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ