Advertisment

ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।

ଅଦ୍ୟତନ ହୋଇଛି
Country Made Liquor To Attract Youths

Country Made Liquor To Attract Youths

Advertisment

ବାରିପଦା: ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ। 

Advertisment

ଦେଶୀ ମଦ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମାଫିଆଙ୍କ ଏହି ନୂଆ ଫଣ୍ଡା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଞ୍ଚନ ନଗରରେ ଦେଖିବାକୁ ମିଳିଛି।ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ମଦ ମାଫିଆ ଏଭଳି କୌଶଳ ଆପଣାଉଥିବା ଅବକାରୀ ବିଭାଗ କହିଛି।  ଏଥିରେ ପ୍ରସ୍ତୁତ ମଦକୁ ସ୍ପେସାଲ ବ୍ରାଣ୍ଡ୍‌ କହି ମୟୁରଭଞ୍ଜରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ପଠାଯାଉଥିବା ଚଢାଉ ବେଳେ ଜଣାପଡ଼ିଛି।  

ମହୁଲ ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶା ଯାଇ ପୋଚ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ଏହି ପୋଚରେ ମିଶିଛି କାଜୁ କିସ୍‌ମିସ୍‌ ପରି ଦାମୀ ସାମଗ୍ରୀ। ଏହିସବୁ ପୋଚକୁ ପ୍ରସ୍ତୁତ କରାଯାଇ ପାହାଡ଼ ପାଖରେ ଡ୍ରମ୍‌ରେ ରଖାଯାଇଥିବା ଦେଖିବାକୁମ ମିଳିଥିଲା। ପୂର୍ବରୁ ପୋଚରେ ମହୁଲ ଫୁଲକୁ ପଚାଇ ଦେଶୀ ମହୁଲି ମଦ ପ୍ରସ୍ତୁତ କରାଯାଉଥିଲା।  ହେଲେ ଏବେ ମାଫିଆଙ୍କ ନୂଆ ଫଣ୍ଡା ଦେଖି ଚକିତ ହୋଇଯାଇଥିଲେ ଚଢାଉ ପାଇଁ ଯାଇଥିବା ଅବକାରୀ ବିଭାଗର କର୍ମଚାରୀ। ଚଢାଉ ବେଳେ ୩୫ କ୍ୱିଣ୍ଟାଲ ପୋଚ, ୧୨୦ ଲିଟର ଦେଶୀ ମଦ ସହ ବ୍ୟାପକ ମଦ ରନ୍ଧା ସରଞ୍ଜାମ ଜବତ ହୋଇଛି। 

Advertisment
Liquor Mafia Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ