Lioness dies in Nandankanan Zoo
କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ସିଂହୀଟିର ଚିକତ୍ସା ଚାଲିଥିଲା। ତେବେ ଚିକତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀ ରହୁଥିଲା।
ସୂଚନାଥାଉ କି, କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିଲା। ବାଘୁଣୀ ରୁପା ଠାରୁ ଜନ୍ମ ନେଇଥିବା ବାଘ ଛୁଆର ମୃତ୍ୟୁ ଘଟିଥିଲା । ୩ଟି ଛୁଆକୁ ଜନ୍ମ ପରେ ପାଖ ପୁରାଇ ଦେଉନଥିଲା ବାଘୁଣୀ ରୁପା । ପୂର୍ବରୁ ମଧ୍ୟ ଆଉ ଏକ ବାଘ ଛୁଆର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653716829.jpg)