Advertisment

ପାଠପଢ଼ା ପାଇଁ ପାହାଡ଼ ଉପରେ ମୋବାଇଲ୍‌ ନେଟ୍‌ୱର୍କ ଖୋଜୁଥିଲେ; ୩ ଛାତ୍ର ଆହତ

ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।

ଅଦ୍ୟତନ ହୋଇଛି
Lightning Strike

Lightning Strike

Advertisment

କନ୍ଧମାଳ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ୩ ଜଣ ଛାତ୍ର ପାଠପଢ଼ିବା ପାଇଁ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼କୁ ଯାଇଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁ ଡିଗୀସରୁ ପାହାଡ଼ରେ ଏହି ଘଟଣା ଘଟିଛି । ୩ଗୁରୁତର ଛାତ୍ରଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡିକାଲ ତା’ପରେ ସେଠାରୁ ଜଣକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Advertisment

ସୂଚନା ଅନୁସାରେ ମୁଣ୍ଡାଗାଁର ଧିରେନ ଦିଗାଲ ଯୁକ୍ତ ଦୁଇର ଛାତ୍ର, ପିଙ୍କୁ ମଲ୍ଲିକ ଦଶମ ଶ୍ରେଣୀର ଛାତ୍ର ଏବଂ ପଞ୍ଚା ବେହେରା ଅଷ୍ଟମ ଶ୍ରେଣୀର ଛାତ୍ର । ତିନି ଜଣ ମିଶି ଅପରାହ୍ନ ପ୍ରାୟ ୪ ଟା ସମୟରେ ମୋବାଇଲ ନେଟୱାର୍କ ପାଇଁ ଗ୍ରାମ ନିକଟ ଡିଗୀସରୁ ପାହାଡ଼ ଉପରକୁ ଯାଇଥିଲେ । ସେମାନେ ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା । ସେମାନଙ୍କ ଉପରେ ବଜ୍ରଘାତ ହୋଇଥିଲା, ଫଳରେ ୩ ଛାତ୍ର ଗୁରୁତର ଅବସ୍ଥାରେ ପାହାଡ଼ ଉପରେ ପଡ଼ିରହିଥିଲେ ।

ତେବେ ସଂଧ୍ୟାରେ ସେମାନେ ଘରକୁ ନଫେରିବାରୁ ତାଙ୍କ ଘର ଲୋକ ଗ୍ରାମବାସୀ ମାନଙ୍କ ସହିତ ମିଶି ପାହାଡ଼ ଉପରକୁ ତାଙ୍କୁ ଖୋଜିବା ପାଇଁ ଯାଇଥିଲେ ଏବଂ ସେମାନେ ପାହାଡ଼ ଉପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡିକାଲକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଧିରେନ ଦିଗାଲର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି ।

Advertisment
Lightning Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ