Advertisment

ଓଡ଼ିଶାରେ ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କଲା LIC

ଟ୍ରେନ୍‌ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍‌ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି।

LIC announces relaxations for victims of Odisha Train Tragedy

LIC announces relaxations for victims of Odisha Train Tragedy

Advertisment

ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହାସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment

ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚି ଥିବାବେଳେ ୮୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ସତେ ଯେମିତି ଶେଷ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଆଖି ସାମ୍ନାରେ ଚାଲିଗଲା ଶହ ଶହ ଜୀବନ। 

ସେପଟେ ଟ୍ରେନ୍‌ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍‌ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି। ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନେଇ LIC କୋହଳ କରିଛି। ରେଳ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ ପ୍ରଦତଃ ସାର୍ଟିଫିକେଟ ଗ୍ରହଣଯୋଗ୍ୟ ବୋଲି  LIC ପକ୍ଷରୁ କୁହାଯାଇଛି। 

Advertisment

ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତଃ ମୃତ୍ୟୁ ସାର୍ଟିଫିକେଟ୍‌ ମଧ୍ୟ ଗ୍ରହଣଯୋଗ୍ୟ। ଖାଲି ଏତିକି ନୁହେଁ, ବୀମା ସହାୟତା ପାଇଁ ହେଲ୍‌ପ୍‌ ଡେସ୍କର ମଧ୍ୟ ସୁବିଧା ରହିଛି। ବୀମା ସମ୍ପର୍କିତ ସହାୟତା ପାଇଁ ହେଲ୍‌ପ୍‌ ଲାଇନ ନଂ- ୦୨୨୬୮୨୭୬୮୨୭ ଜାରି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ