Ghodahada Wetland
ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡାହାଡ ଠାରେ ଇକୋ ଟୁରିଷ୍ଟ ସ୍ପଟ ଲୋକାର୍ପିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଷ୍ଟ ସ୍ପଟ ହୋଇଥିବା ବେଳେ ଏହା ଉଭୟ ପର୍ଯ୍ୟଟକଙ୍କୁ ମନମୋହିତ କରିବା ସହ ଗବେଷଣାରେ ସହାୟକ ହେବ। ଏହି ଜଳଭଣ୍ଡାର କୁମ୍ଭୀର ମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ, ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ମନଲୋଭା ଦୃଶ୍ୟ ଭଳି ଲାଗିବ। ଏହା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି।
ମିଶନ ଶକ୍ତି ତରଫରୁ ସ୍ଥାନୀୟ ଖମ୍ବାରୀ ଗାଁ ଗ୍ରାମପଞ୍ଚାୟତର ମା ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଟୀକୁ ତାହାର ପରିଚାଳନା ଦାୟିତ୍ୱ ମିଳିଥିବା ଜଣାପଡିଛି l ଏଠାରେ ୪୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ବର୍ତ୍ତମାନ ଗୋଟିଏ ୱାର୍ଚ୍ଚ ଟାୱାର ନିର୍ମିତ ହୋଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ସେମାନଙ୍କ ରହିବା ପାଇଁ ସୁବିଧା ଏବଂ ଆହୁରି ଉନ୍ନତି କରିବା ପାଇଁ ରେଞ୍ଜର କାଁହୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି l
ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଏବଂ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇଥିଲେ।
ରିପୋର୍ଟ: ଜଗନ୍ନାଥ ସାରକା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us