ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ

ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି ।

Tiger Attack

ଗାଁ ମୁହାଁ ଆଉ ଏକ ବାଘ ! ନୂଆପଡ଼ାରେ ସରୁନି ବାଘ ଆତଙ୍କ । ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦପାଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଏକ କଲରାପତରିଆ ବାଘ ଗାଁରୁ ଧରାପଡ଼ିଥିବା ବେଳେ ଆଜି ଆଉ ଏକ ବାଘ ଗାଁ ମୁହାଁ ଆସୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ଏହା ପରେ ଗାଁରେ ଆତଙ୍କ ଖେଳିଯାଇଛି ।

ପ୍ରଥମେ ନାବାଳକ ପରେ ଗତକାଲି ଜଣେ ମହିଳାଙ୍କୁ ମାରି ଖାଇଲା ବାଘ । ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନର ସିଲିଆରିବାହାଲ ଗାଁ ଜଙ୍ଗଲରେ ବାଘ ଜଣେ ମହିଳାଙ୍କୁ ମାରି ଖାଇଛି । ମୃତକ ହେଲେ ରାମେଶ୍ୱରୀ ବାଇ । ମହିଳା ଜଣକ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା ।

ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ମାତ୍ର ବାଘ ଶବକୁ ଛାଡି ଯାଉନଥିବାରୁ ଏବେ ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇପାରିନି । ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗୋଧସପଡ଼ାରେ ନାବାଳକଙ୍କୁ ବାଘ ଝାମ୍ପି ନେଇଥିଲା ।

ସେପଟେ, ନୂଆପଡ଼ାରେ ଆତଙ୍କ ଖେଳାଇଥିବା ଅନ୍ୟ ଏକ କଲରା ପତରିଆ ବାଘକୁ ଗତକାଲି କାବୁ କରିଥିଲା ବନବିଭାଗ । ନୂଆପ଼ଡ଼ା ରେଞ୍ଜ ଅଫିସକୁ ଆସିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସହ ତାକୁ ସୁରକ୍ଷିତ ରଖାହେଇଥିବା କହିଛନ୍ତି ଖଡ଼ିଆଳ ଡିଏଫ୍ଓ ।