Advertisment

ନୂଆପଡ଼ାରେ ରକ୍ତମୁଖା ବାଘ; ଶୌଚ ବେଳେ ମହିଳାଙ୍କୁ ମାରି ଖାଇଲା

ନାବାଳକଙ୍କ ପରେ ଏବେ ମହିଳାଙ୍କୁ ମାରି ଖାଇଲା ବାଘ ।

ଅଦ୍ୟତନ ହୋଇଛି
Tiger Attack

Tiger Attack

Advertisment

ନୂଆପଡ଼ା ଜିଲ୍ଲାରେ ମାତିଛି କଲରାପତରିଆ । ନାବାଳକଙ୍କ ପରେ ଏବେ ମହିଳାଙ୍କୁ ମାରି ଖାଇଲା ବାଘ । ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନର ସିଲିଆରିବାହାଲ ଗାଁ ଜଙ୍ଗଲରେ ବାଘ ଜଣେ ମହିଳାଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାମେଶ୍ୱରୀ ବାଇ। ମହିଳା ଜଣକ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଥିଲା।

Advertisment

ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ମାତ୍ର ବାଘ ଶବକୁ ଛାଡି ଯାଉନଥିବାରୁ ଏବେ ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇପାରିନି । ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗୋଧସପଡ଼ାରେ ନାବାଳକଙ୍କୁ ବାଘ ଝାମ୍ପି ନେଇଥିଲା । ଏନେଇ ବନବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

Tiger Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ