Lemon ‘Turns Sour’ As Price Hikes Over The Roof
ଗ୍ରାହକଙ୍କ ମୁହଁ ଖଟା କରି ଦେଉଛି ଲେମ୍ବୁଦର । ବଜାରରେ ଏବେ ଲେମ୍ବୁ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଛି । କଟକ ଛତ୍ର ବଜାର ପରିବା ମଣ୍ଡିରେ ଗୋଟିଏ ଲେମ୍ବୁର ଦାମ ୧୦ ଟଙ୍କା ରହିଛି ।
ଖରାଦିନରେ ସାଧାରଣତଃ ଲେମ୍ବୁର ଚାହିଦା ଅଧିକ ଥାଏ କିନ୍ତୁ ଏତେ ଅଧିକ, ଯାହାକି ପକେଟକୁ ବହୁତ ବାଧୁଛି । ତେଣୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଛତ୍ରବଜାରରେ ଲେମ୍ବୁ ଦର ଅଧିକ ରିଥିବାରୁ, ବାହାରେ ଥିବା ରିଟେଲ ମାର୍କେଟରେ ମଧ୍ୟ ଦର ଆହୁରି ଅଧିକ ରହୁଛି ।
କେତେକ ସ୍ଥାନରେ ୧୨ ଟଙ୍କାରେ ମଧ୍ୟ ଗୋଟିଏ ଲେମ୍ବୁ ବିକ୍ରି ହେଉଛି । କେବଳ କଟକ କି ଓଡ଼ିଶାର ନୁହେଁ ନାଗପୁରର ହୋଲସେଲ ମାର୍କେଟରେ ମଧ୍ୟ ଲେମ୍ବୁର ଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି । ଶହେ ଲେମ୍ବୁର ଦାମ ୫ ଶହରୁ ହଜାରେ ଟଙ୍କା ରହିଛି । ଏହାର ପ୍ରଭାବ ରିଟେଲ ମାର୍କେଟରେ ଦେଖିବାକୁ ମିଳିଛି । ସାଧାରଣତଃ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଲେମ୍ବୁ ଆସିଥାଏ । ହେଲେ ଏଥର ଯୋଗାଣ କମ୍ ହେଉଥିବାରୁ ମାର୍କେଟରେ ଦାମ ଅଧିକ ରହିଛି ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649477513.jpg)