MLA Bijay shankar Das
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ପ୍ରେମିକାଙ୍କ ବଡ଼ ଅଭିଯୋଗ । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ । ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ ।
ସବରେଜିଷ୍ଟ୍ରୀ ଅଫିସ୍ରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । ଆବେଦନର ମାସକ ପରେ ଆଜି ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା । ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ଆସିନଥିଲେ ବିଧାୟକ । ବିଧାୟକ ନଆସିବାରୁ ବାଧ୍ୟ ହୋଇ ଫେରି ଯାଇଥିଲେ ପ୍ରେମିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ କଲେ ପ୍ରେମିକା । ତାଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା କହିଲେ ।
ତାଙ୍କ ନାଁରେ ପୂର୍ବରୁ ଦେଇଥିବା ମାମଲା ଚାଲୁ କରିବାକୁ କହିଲେ ପ୍ରେମିକା । ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ବିଜୟ ଶଙ୍କର । ସେ କହିଛନ୍ତି, ଆଜିକୁ ୩୦ ଦିନ ହେଲା କିନ୍ତୁ ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655472326.jpg)