Advertisment

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ସମସ୍ତ ୪ ଦ୍ୱାର ଖୋଲା ରଖିବା ପାଇଁ ଦାବି

ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।

ଅଦ୍ୟତନ ହୋଇଛି
Open All Doors Of Srimandir For Puri Residents

Open All Doors Of Srimandir For Puri Residents

Advertisment

ପୁରୀ: ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଓକଲି ସଂଘ ଦାବି କରିଛି। ପୁରୀ ଓକିଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି। 

Advertisment

ଗତ ଦେଢ ବର୍ଷରୁ ଅଧିକ ସମୟ ଧରି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ଆସୁଛନ୍ତି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।

ତେବେ ପୂର୍ବପରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚାରି ଦ୍ୱାର ଖୋଲା ରଖିବା ଦାବିରେ ଅଡି ବସିଛି ଓକିଲ ସଂଘ। ଏପରିକି ବଡ଼ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ନାମରେ ପ୍ରଶାସନ ଏହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ୍‌ ସହ ଅସ୍ଥାୟୀ ସେଡ୍ ନିର୍ମାଣ କରିଛି। ଯାହା ଆଇନ ବିରୋଧୀ ବୋଲି ଓକିଲ ସଂଘ ଦର୍ଶାଇଛି।

Advertisment

ଆସନ୍ତା ୧୫ ଦିନ ମଧ୍ୟରେ ଏସବୁ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ବାଧ୍ୟ ହୋଇ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଓକଲି ସଂଘ ଚେତାବନୀ ଦେଇଛି। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।  

ଅନ୍ୟପକ୍ଷେ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଂହଦ୍ୱାର ସମ୍ମୁଖରେ ଜାଳି ହେବନି କାଉଁରି‌ଆ କାଠି। ଆଜି ଦୀପାବଳି ଥିବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପୂର୍ବରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଆଖପାଖରେ କାଉଁରିଆ ଜାଳିବା ପରମ୍ପରା ରହିଛି।  ତେବେ ଏବର୍ଷ ସେପରି କୌଣସି କାର୍ଯ୍ୟ କରି ହେବନି। ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ୱରେ ଏନେଇ ୧୪୪ ଧାରା ଲାଗିଛି। ଆଜି ଭୋର୍ ୪ଟାରୁ ମଧ୍ୟରାତ୍ର ଯାଏ ୧୪୪ ଧାରା ବଳବତ୍ତର ରହିବ। ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ଏହି କଟକଣା ଜାରି କରାଯାଇଛି। ତେବେ ଆଜି  ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। 

Advertisment
Puri Srimandir Lawyers' Association
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ