Advertisment

ପଞ୍ଚଭୂତରେ ବିଲୀନ ହେଲେ ନନ୍ଦ ସାର୍‌, ଜନ୍ମଭୂମିରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଅଦ୍ୟତନ ହୋଇଛି
Padma Shri Nanda Sir

Padma Shri Nanda Sir

Advertisment

ଯାଜପୁର: ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ଯାଜପୁର ଜିଲ୍ଲା ସ୍ଥିତ ନିଜ କନ୍ତିରା ଗାଁରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ତାଙ୍କ ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ।

Advertisment

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଶେଷକୃତ୍ୟ କରାଯାଇଥିଲା। 

୧୦୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ନନ୍ଦ ସାର୍। ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ସେ ଚର୍ଚ୍ଚିତ ଥିଲେ।

Advertisment

ଗାଁର ଛୋଟ ଛୋଟ ପିଲାଙ୍କୁ ଦଶନ୍ଧି ଦଶନ୍ଧି ଧରି ନନ୍ଦ ସାର୍ ମାଗଣାରେ ପାଠ ପଢ଼ାଉଥିଲେ। ତାଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଓ ପାଠ ପଢ଼ାଇବା ପ୍ରତି ଭଲ ପାଇବା ତାଙ୍କୁ ଦେଶବ୍ୟାପୀ ପରିଚିତ କରିଥିଲା। ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତିଙ୍କଠାରୁ ନନ୍ଦ ସାର୍‌ ସମ୍ମାନଜନକ ପଦ୍ମଶ୍ରୀ ଗ୍ରହଣ କରିଥଲେ।  

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗୁରୁତର ଅବସ୍ଥାରେ ଡିସେମ୍ବର ୪ରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ। କୋଭିଡ୍ ଆକ୍ରାନ୍ତ ହୋଇ ନନ୍ଦ ସାର୍ ଯାଜପୁରରେ ଚିକିତ୍ସାଧୀନ ଥିଲେ। ଅବସ୍ଥା ଅଧିକ ଖରାପ ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

Advertisment
Nanda Sir Padma Shri Nanda Sir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ