Advertisment

ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ

ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ

ଅଦ୍ୟତନ ହୋଇଛି
 Last rites of Murmu to be performed with full state honours.

Last rites of Murmu to be performed with full state honours.

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ):  ଜନ୍ମମାଟିରେ ପହଞ୍ଚିଲା ଯବାନ ସୀତାରାମ ମୁର୍ମୁଙ୍କ ପାର୍ଥିବ ଶରୀର । ପୈତୃକ ଗାଁ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡକେଇପାଳ ଗାଁର ମୁକ୍ତାଝରି ସାହିରେ ଏବେ ଶୋକାକୁଳ ପରିବେଶ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସୀତାରାମଙ୍କ ଶେଷକୃତ୍ୟ କରାଯିବ । ଅପରେସନ ଗଜରାଜରେ ସାମିଲ ହୋଇ ପାଣିରେ ଫସି ରହିଥିବା ଗଜରାଜକୁ ଉଦ୍ଧାର କରିବା ପାଇଁ ବୋଟରେ ଯାଇଥିଲେ ସୀତାରାମ ମୁର୍ମୁ । ମାତ୍ର ବୋଟ ଜଳସ୍ରୋତରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବୋଟରୁ ଖସି ପାଣିରେ ଭାସିଯାଇ ଜୀବନ ହାରିଥିଲେ ଯବାନ୍ ।

Advertisment

ତେବେ ସୀତାରାମ ମୁର୍ମୁଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ପୈତୃକଗ୍ରାମ ସମେତ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅମରଆତ୍ମାର ସଦଗତି କାମନା କରିଛନ୍ତି ଅଞ୍ଚଳ ବାସୀ । ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି । ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସିତାରାମଙ୍କ ପରିବାରରେ ବୃଦ୍ଧବାପା, ତିନିଭାଇ ଓ ଜଣେ ଭଉଣୀ ଅଛନ୍ତି । ସେ ନିକଟସ୍ଥ ହାଣ୍ଡିଫୁଟା ଗ୍ରାମ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲ(MCS)ରୁ ମ୍ୟାଟ୍ରିକ ପାସ କରିବା ପରେ ୨୦୦୧ ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ l ତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଏବଂ ୪ ବର୍ଷର ଝିଅଟିଏ ଅଛି l ପରିବାର ସହ ସେ କଟକରେ ରହୁଥିଲେ ।

ସେ ଷଷ୍ଠ ବାଟାଲିୟନରେ ଥିବାବେଳେ ଓଡ୍ରାଫ ଟିମରେ ସାମିଲ ହୋଇଥିଲେ l ପିଲାବେଳୁ ନଦୀପାର ହୋଇ ସ୍କୁଲ ଯାଉଥିଲେ ଏବଂ ଚାକିରି କରିବା ପରେ ପାଣି ଭିତରୁ ଅନେକ ଲୋକଙ୍କୁ ଉଦ୍ଧାର କରିବାର ନଜିର ରହିଛି l ମାତ୍ର ସେ ନିଜେ ଦିନେ ପାଣିରେ ନିଖୋଜ ହୋଇଯିବେ ଏହା ଏବେବି ଲୋକେ ଗ୍ରହଣ କରିପାରୁନାହାନ୍ତି l ତାଙ୍କର ଅକାଳ ବିୟୋଗରେ ବାପା, ଭାଇ, ଆତ୍ମୀୟସ୍ୱଜନ ଭାଙ୍ଗି ପଡିଛନ୍ତି।

Advertisment

ତିନିଭାଇ ବିବାହ କରିଥିବା ବେଳେ ଦୁଇଭାଇ କଟକରେ ପୋଲିସ ବିଭାଗରେ ଚାକିରି କରୁଛନ୍ତି । ସାନଭଉଣୀ ଜଗତସିଂପୁରରେ ଜିଲ୍ଲାପୋଲିସ ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ମୁକ୍ତାଝରି ଗ୍ରାମରେ ବୃଦ୍ଧ ବାପାଙ୍କ ସହ ସାନଭାଇ ଚାଷବାସ କରନ୍ତି । ତେବେ ଏପରି ଏକ ଆକସ୍ମିକ ଦୁର୍ଘଟଣାରେ ପୁଅକୁ ହରାଇ ମ୍ରିୟମାଣ ହଇ ଯାଇଛନ୍ତି ବୃଦ୍ଧ ବାପା ।

Cuttack ODRAF Mundali Boat Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ