Advertisment

ଆମାଜନ୍‌ ଜଙ୍ଗଲର ଶେଷ ଆଦିମାନବଙ୍କ ମୃତ୍ୟୁ

ବ୍ରାଜିଲ୍‌ରେ ରହୁଥିବା ଶେଷ ଆଦିମାନବଙ୍କ ମୃତ୍ୟୁ ହୋଇଛି। ବାହାର ସମାଜ ସହ ତାଙ୍କର କୌଣସି ସଂପର୍କ ନଥିବା ବେଳେ ସେ ଜଙ୍ଗଲରେ ହିଁ ରହୁଥିଲେ। ଜାଣନ୍ତୁ ସେ କିପରି ରହୁଥିଲେ ଓ କ’ଣ ଖାଉଥିଲେ।

ଅଦ୍ୟତନ ହୋଇଛି
last Brazilian tribe dies

last Brazilian tribe dies

Advertisment

ଆମାଜନ୍‌ ଜଙ୍ଗଲର ଲୁପ୍ତପ୍ରାୟ ଶେଷ ଜନଜାତିର ଅନ୍ତିମ ବ୍ୟକ୍ତିଙ୍କ ମୃତ୍ୟୁ। ତାଙ୍କର ଦୁନିଆ ସହ ନଥିଲା କୌଣସି ସମ୍ପର୍କ, ସେ ଜଙ୍ଗଲରୁ ବାହାରି କେବେ ଦୁନିଆ ଦେଖି ନଥିଲେ। ଏକାକି ଘଞ୍ଚ ଅରଣ୍ୟରେ ରହି ଜୀବନ ଜିଉଁଥିଲେ, ଶିକାର କରି ଭୋକ ମେଣ୍ଟାଉଥିଲେ ଆଉ ଝରଣା ପାଣିରେ ଶୋଷ ମେଣ୍ଟାଉଥିଲେ। ଏବେ ସେ ପରଲୋକରେ। ପକ୍କା ଘର ନୁହେଁ ଗାତ ଖୋଳି ତା’ ଭିତରି ରହିବାକୁ ସେ ପସନ୍ଦ କରୁଥିଲେ।

Advertisment

ସେହି ଆଦୀମ ଜନଜାତିର ଶେଷ ଦାୟାଦଙ୍କ ଏବେ ପରଲୋକ ଘଟିଥିବା ଜଣାପଡ଼ିଛି। ଦୀର୍ଘ ୨୬ ବର୍ଷ ବାହ୍ୟ ଜଗତରୁ ବିଛିନ୍ନ ହୋଇ ନିଜକୁ ଅଲଗା କରି ରଖିଥିବା ବ୍ୟକ୍ତିଙ୍କ ମୃତ୍ୟୁ ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକଙ୍କ ମତରେ ଦୁନିଆର ଏକମାତ୍ର ଫ୍ରି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଏହି ବ୍ୟକ୍ତି ଜଣଙ୍କ ମ୍ୟାନ୍‌ ଅଫ୍ ଦି ହୋଲ୍‌ ଭାବେ ବ୍ରାଜିଲ୍‌ରେ ପରିଚିତ। କାହିଁକି ନା ସେ ବିରାଟ ବିରାଟ ଗାତ କରି ରହୁଥିଲେ, ଶିକାର କରୁଥିଲେ। ଆଦିମ ଜନଜାତିଙ୍କ ଅଧିକାର ପାଇଁ କାମ କରୁଥିବା ଏକ ସଂସ୍ଥା ଏହି ସୂଚନା ଜାରି କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମ୍ୟାନ୍‌ ଅଫ୍ ଦି ହୋଲ୍‌ ଭାବେ ଜଣାଶୁଣା ଏହି ବ୍ୟକ୍ତି ଜଣଙ୍କ ବ୍ରାଜିଲ୍‌ର ରାଣ୍ଡୋନିଆ ରାଜ୍ୟର ଟାନାରୁ ଇଣ୍ଡିଜିନିୟସ ଟେରିଟୋରିରେ ରହୁଥିଲେ।

Advertisment

ଆମାଜନ ଜଙ୍ଗଲର ପଶ୍ଚିମରେ ଏହି ଅଞ୍ଚଳ ଅବସ୍ଥିତ। ଘଞ୍ଚ ଜଙ୍ଗଲ ମଧ୍ୟରେ ସେ ଏକାକି ରହୁଥିଲେ, ଏବଂ ସେ ହିଁ ଥିଲେ ବ୍ରାଜିଲର ଆଦିମ ଜନଜାତିଙ୍କ ଶେଷ ସନ୍ତକ।

୨୦୧୮ ମସିହାରେ ଫୁନାଇ ଦ୍ୱାରା ଏହାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। ସଂପୃକ୍ତ ଏନ୍‌ଜିଓ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ବ୍ରାଜିଲ୍‌ରେ ୩ ଶହରୁ କମ୍ ଆଦିମ ଜନଜାତିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ବଣ ଜଙ୍ଗଲ ଛାଡ଼ି ବାହାରକୁ ଆସି ଜୀବନ ଯାପନ କଲେଣି, କିନ୍ତୁ ଜଙ୍ଗଲରେ ମ୍ୟାନ୍‌ ଅଫ୍ ଦି ହୋଲ୍‌ ଭଳି ବ୍ୟକ୍ତି ଆଉ ନାହାନ୍ତି। ସେପଟେ ଏବେ ବି ୩୦ ଜନଜାତି ଗୋଷ୍ଠୀ ସମ୍ପର୍କରେ ଆଲୋଚନା ହେଉଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ