Advertisment

ବିଧାୟକଙ୍କୁ ଭଦ୍ର ଅପମାନ: ଫେକ୍‌ ମୋବାଇଲ୍‌ ଟାୱାର କରି ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କଲେ

ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଧାୟକଙ୍କୁ ହଟହଟା କଲେ ସାଧାରଣ ଲୋକେ। ବାଉଁଶରେ ପ୍ରତୀକାତ୍ମକ ମୋବାଇଲ୍‌ ଟାଓ୍ୱାର କରି ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକେ।

ଅଦ୍ୟତନ ହୋଇଛି
Villagers Invite MLA To Inaugurate Fake Telecom Tower

Villagers Invite MLA To Inaugurate Fake Telecom Tower

Advertisment

ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଧାୟକଙ୍କୁ ହଟହଟା କଲେ ସାଧାରଣ ଲୋକେ। ବାଉଁଶରେ ପ୍ରତୀକାତ୍ମକ ମୋବାଇଲ୍‌ ଟାଓ୍ୱାର କରି ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକେ। କଳାହାଣ୍ଡି ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଗତକାଲି କଳାହାଣ୍ଡି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ବାନ୍ଧପାରୀ ପଞ୍ଚାୟତ ଗସ୍ତ କରିଥିଲେ। ଏହି ସମୟରେ ବନ୍ଧପାରିରୀରେ ସ୍ଥାନୀୟ ଲୋକେ ବାଉଁଶ ସାହାଯ୍ୟରେ ଏକ ପ୍ରତୀକାତ୍ମକ ମୋବାଇଲ୍‌ ଟାୱର ନିର୍ମାଣ କରିବା ସହ ବ୍ୟାନରରେ ବିଧାୟକଙ୍କ କର କମଳରେ ଉଦ୍‌ଘାଟନ କରିବେ ବୋଲି ଲେଖିଥିଲେ ଓ ଉଦ୍‌ଘାଟନ ପାଇଁ ବିଧାୟକଙ୍କୁ କହିଥିଲେ। ଏହାପରେ ବିରୋଧ ପ୍ରଦର୍ଶନ କରିଥିଲେ। 

ଲାଞ୍ଜିଗଡ ବ୍ଲକ୍‌ର ୩୦୦ରୁ ଅଧିକ ଗାଁ ଆଜି ମଧ୍ୟ ଅପହଞ୍ଚ ଇଲାକାରେ ରହିଛି। ଏପରିକି ଗାଁରେ ମୋବାଇଲ୍‌ ଟାୱାର ଟିଏ ମଧ୍ୟ ନାହିଁ। ଫଳରେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅଞ୍ଚଳରେ ଏକ BSNL ଟାଓ୍ୱାର ସ୍ଥାପନ ପାଇଁ ଲୋକମାନେ ବାରମ୍ବାର ଗୁହାରି କରି ଆସୁଛନ୍ତି। ଟାୱାର ସ୍ଥାପନ ପାଇଁ ଲୋକମାନେ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। ହେଲେ ଫଳ ଶୂନ୍‌। ଶେଷରେ ଲୋକମାନେ ଏଭଳି ଅଭିନବ ପ୍ରତିବାଦ ଆପଣାଇ ଥିଲେ। 

Advertisment

ବାଉଁଶରେ ପ୍ରତିକାତ୍ମକ ମୋବାଇଲ୍‌ ଟାଓ୍ୱାର କରି ଏହାକୁ ଉଦ୍‌ଘାଟନ ପାଇଁ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ନିମନ୍ତ୍ରଣ କରିଥିଲେ। ଶେଷରେ ବିରୋଧ ପ୍ରଦର୍ଶନ କରିଥିଲେ। ବିଧାୟକ ପ୍ରଦୀପ ଦିଶାରୀ ଲୋକଙ୍କୁ ବୁଝାସୁଝା କରିଥିଲେ। ଯେତେଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳ ଗୁଡ଼ିକରେ ମୋବାଇଳ୍‌ ଟାୱାର ସ୍ଥାପନ ନ ହୋଇଛି କୌଣସି ନେତା ମନ୍ତ୍ରୀଙ୍କୁ ଅଞ୍ଚଳ ଭିତରକୁ ପୁରାଇ ଦେବୁ ନାହିଁ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି। ଏପରିକି ଅନେକ ଗାଁରେ ଟାୱାର ସ୍ଥାପନ ନ ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରାଯିବ ବୋଲି ଲୋକମାନେ ଚେତାବନ ଦେଇଛନ୍ତି। 

Protests Unique Protest Villagers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ