Advertisment

ଘର ଭିତରୁ ମିଳିଲା ଶିକ୍ଷୟିତ୍ରୀଙ୍କ ମୃତଦେହ, ସୁଇସାଇଡ୍ ନୋଟ୍ ଓ ମୋବାଇଲ ଫୋନ୍ ଜବତ

ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍‌ ପରିଚିତ ଥିଲେ।

ଅଦ୍ୟତନ ହୋଇଛି
Lady PET found hanging in Nabarangpur

Lady PET found hanging in Nabarangpur

Advertisment

କାହିଁକି ଆତ୍ମହତ୍ୟା କଲେ ଉମରକୋଟର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ ? କେଉଁ କାରଣ ପାଇଁ ଘର ଭିତରେ ଝୁଲି ପଡ଼ିଲେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିବା ଜଣେ ଯୁବ ଶିକ୍ଷୟିତ୍ରୀ ? ନବରଙ୍ଗପୁର ଜିଲ୍ଲା ଉମରକୋଟ ଜାମରୁଣ୍ଡା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ମୃତ୍ୟୁକୁ ନେଇ  ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍‌ ପରିଚିତ ଥିଲେ।

Advertisment

ଉମରକୋଟ ସହରରେ ତନୁଜା ରହୁଥିବା ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହାସହ ସୁଇସାଇଡ୍ ନୋଟ୍ ଓ ମୋବାଇଲ ଫୋନ୍ ପୋଲିସ୍‌ ଜବତ କରିଛି। ତାଙ୍କ  ଆତ୍ମହତ୍ୟା ପାଇଁ ସେ କାହାକୁ ଦାୟୀ କରି ନାହାନ୍ତି। ଏପରିକି ମୃତ୍ୟୁ ସମ୍ପର୍କରେ ଖୋଳତାଡ଼ ନକରିବାକୁ ସୁଇସାଇଡ୍‌ ନୋଟ୍‌ରେ ଲେଖା ଯାଇଛି। 

Advertisment

ସୁଇସାଇଡ୍ ନୋଟ୍‌କୁ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ଜଣେ ଆଗଧାଡ଼ିର କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ ତନୁଜାଙ୍କର ନବରଙ୍ଗପୁର ଜିଲ୍ଲାରେ ବେଶ୍ ପରିଚୟ ରହିଥିଲା। ସେ ବିଭିନ୍ନ ସମୟରେ ପିଲାଙ୍କୁ ଖେଳକୁଦ ସହ ସୁସ୍ଥ ରହିବାକୁ ପରାମର୍ଶ ଦେଉଥିଲେ। ତନୁଜାଙ୍କ ଆତ୍ମହତ୍ୟାକୁ ପରିବାର ଲୋକ, ପଡ଼ୋଶୀ ଓ ସାଙ୍ଗସାଥୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।  ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ କରାଯାଇ ତଦନ୍ତ ଜାରି ରହିଛି। 

Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ