Advertisment

ସାଇକେଲ୍‌ରେ ଚାଲିଗଲେ ଗର୍ଭବତୀ ସାଂସଦ; ଡାକ୍ତରଖାନାରେ ଦେଲେ ସନ୍ତାନକୁ ଜନ୍ମ

ଜଣେ ନାରୀର ମା’ ହେବାର ଯନ୍ତ୍ରଣାକୁ ଆଉ ବା କିଏ କିପରି ଅନୁଭବୀ ପାରିବ। ଏହି ସମୟରେ ଜଣେ ନାରୀ ଯାହା ସହିଥାଏ ତାହା ଦୁନିଆ ପାଇଁ ସବୁଠାରୁ ଶ୍ରେଷ୍ଠ ଅବଦାନ ବୋଲି କୁହାଯାଏ। କିନ୍ତୁ ଏହି ମହିଳା ଯାହା କିଛି କରିଛନ୍ତି ତାହା ଜାଣିଲେ ଆପଣ ତାବୁଜ୍ ହୋଇ ରହିଯିବେ।

ଅଦ୍ୟତନ ହୋଇଛି
Lady mp gave birth after cycling to hospital in labour pain

Lady mp gave birth after cycling to hospital in labour pain

Advertisment

ନୂଆଦିଲ୍ଲୀ : ସାରା ଦୁନିଆରେ ନାରୀମାନଙ୍କୁ ଟିକେ ଅଣଦେଖା କରାଯାଏ। ପୁରୁଷଙ୍କ ତୁଳନାରେ ସେମାନଙ୍କୁ କମ୍‌ଜୋର୍ ବୋଲି ଧରାଯାଏ। ଏହା ସତ୍ତ୍ୱେ ମଧ୍ୟ ନାରୀ ଅନେକ କଠିନ ପରିସ୍ଥିତିକୁ ବହୁତ ବୁଝାମଣା ଓ ସାହସର ସହିତ ସମ୍ମୁଖୀନ କରିଛି। ଏପରି ଅନେକ ଘଟଣା ଅଛି ଯାହା ଆମକୁ ମହିଳାମାନଙ୍କର ଦକ୍ଷତା ବିଷୟରେ ସୂଚେଇ ଦିଏ। ଆମେ ସମସ୍ତେ ଏହା ଭଲ ଭାବରେ ଜାଣୁ ଯେ ମା ରୂପରେ ନାରୀର ଅନ୍ୟ କୌଣସି ବିକଳ୍ପ ନାହିଁ।

Advertisment

କିନ୍ତୁ ମା’ ହେବା ସମୟର ଯନ୍ତ୍ରଣା ବର୍ଣ୍ଣନା କରାଯାଇପାରିବ ନାହିଁ। ଏପରି ପରିସ୍ଥିତିରେ, ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଏମିତି କିଛି କରି ଦେଖେଇଛନ୍ତି ଯାହାକୁ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଏଭଳି ମହିଳାମାନଙ୍କ ବିଷୟରେ ଜାଣିବା ପରେ ସ୍ୟାଲ୍ୟୁଟ୍ ମାରିବାକୁ ଇଛା ହୁଏ।

ଏବେ ନ୍ୟୁଜିଲ୍ୟାଣ୍ଡର ଜଣେ ମହିଳା ସାଂସଦଙ୍କ ମା’ ହେବାର ଅନନ୍ୟ କାହାଣୀ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ସାଂସଦ ଏଠାରେ ନିଜ ସନ୍ତାନକୁ ଜନ୍ମଦେବା ନେଇ ଯେଉଁଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଜାଣିବା ପରେ ଆପଣ ବି ତାବୁଜ୍ ହୋଇଯିବେ।

Advertisment

ଏହି ଗର୍ଭବତୀ ସାଂସଦ ହେଉଛନ୍ତି ଜୁଲି ଆନ୍ ଜେଣ୍ଟର୍। ସେ ରାତି ୨ଟାରେ ଉଠିବା ପରେ ସାଇକେଲ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏପରି କଠିନ ପରିସ୍ଥିତିରେ ମଧ୍ୟ ସେ ଏକ ଘଣ୍ଟା ଭିତରେ ଏକ ସନ୍ତାନ ଜନ୍ମ ଦେବାରେ ସଫଳ ହୋଇଥିଲେ।

Lady mp gave birth after cycling to hospital in labour painବାପାଙ୍କ କୋଳରେ ଶୋଇଛି ନବଜାତ

ଏହାକୁ ନେଇ ଜୁଲି ସୋସିଆଲ୍‌ ମିଡିଆରେ ଲେଖିଛନ୍ତି- “ବଡ ଖବର! ଆଜି ସକାଳ ୩.୦୪ ରେ, ଆମ ପରିବାରରେ ଏକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଛି। ଏମିତିରେ ମୁଁ ମୋର ଗର୍ଭଜନିତ ଯନ୍ତ୍ରଣାକୁ ସାଇକେଲ ଚଲେଇବା ବେଳେ ତ ଚିନ୍ତା କରି ନ ଥିଲି। କିନ୍ତୁ ଏଭଳି ପ୍ରକୃତରେ ମୋ ସହିତ ହୋଇଥିଲା। ମୁଁ ଯେତେବେଳେ ଡାକ୍ତରଖାନା ଅଭିମୁଖେ ବାହାରିଲି ଆରମ୍ଭରେ ସେମିତି କିଛି ଅସୁବିଧା ହୋଇ ନ ଥିଲା।

Advertisment

କିନ୍ତୁ ଡାକ୍ତରଖାନାକୁ ୨-୩ ମିନିଟର ଦୂରତାକୁ ଅତିକ୍ରମ କରିବାକୁ ୧୦ ମିନିଟ୍ ସମୟ ଲାଗିଥିଲା। ଏବେ ଆମର ଏକ ସୁନ୍ଦର ଶିଶୁ ଅଛି ଯିଏ ତାଙ୍କ ବାପାଙ୍କ କୋଳରେ ଶୋଉଛି। ତେବେ ମୁଁ ସବୁଠାରୁ ଭାଗ୍ୟଶାଳୀ ଯେ ଏ ସବୁର ଯତ୍ନ ନେବା ନେଇ ମୁଁ ଏକ ଭଲ୍ ଟିମ୍ ପାଇଲି, ଯାହା ଫଳରେ ଖୁବ୍ ଜଲ୍‌ଦୀ ଡେଲିଭରୀ ହେବାରେ ସମ୍ଭବ ହେଲା

ଏହି ପୋଷ୍ଟ୍‌କୁ ଦେଖିଲା ପରେ ଲୋଲେ ଜୁଲିଙ୍କ ସାହସକୁ ପ୍ରଶଂସା କରିଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି ଯେ ବାସ୍ତବରେ ଦୁନିଆରେ ଅଧିକ ଶକ୍ତିଶାଳୀ ଜଣେ ମା’ଠାରୁ ଆଉ କିଛି ହୋଇପାରିବ ନାହିଁ। ଏହି ସମୟରେ, ଜଣେ ଉପଭୋକ୍ତା ଫିଲ୍ମ ଷ୍ଟାଇଲ୍‌ରେ କହିଥିଲେ ଯେ ଜଣେ ମହିଳା କିଛି ବି କରିପାରେ। ଅନେକ ଲୋକ ମଧ୍ୟ ତାଙ୍କ ନବଜାତ ଶିଶୁ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ମହିଳା ଲେଖିଛନ୍ତି ଯେ “ଗର୍ଭାବସ୍ଥାରେ ମୁଁ କାର୍‌ରେ ବସିବା ବେଳେ ବି ଅସୁବିଧା ଅନୁଭବ କରେ, କିନ୍ତୁ ଆପଣ ତ ପ୍ରକୃତରେ କମାଲ କରିଦେଲେ।”

Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ