ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଖୁଣ୍ଟା ବ୍ଲକର ଭାରତୀ ସିଂ ନାମକ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ଦୀର୍ଘ ୪ ବର୍ଷ ହେଲା ଭାରତୀ ବ୍ୟାଙ୍କ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ୧୧ ତାରିଖ ଦିନ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ।