Advertisment

ଚାପ ଖେଳୁ ଖେଳୁ ଓଳଟି ପଡ଼ିଲା ଲଡ଼ୁବାବାଙ୍କ ଡଙ୍ଗା, ଦେଖନ୍ତୁ ଭିଡିଓ..

ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।

Boat Capsized

Boat Capsized

Advertisment

ଚାପ ଖେଳୁ ଖେଳୁ ଓଳଟି ପଡ଼ିଲା ଡଙ୍ଗା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ପ୍ରସିଦ୍ଧ ଲଡ଼ୁବାବାଙ୍କ ପିଠରେ । ସୋମବାର ସନ୍ଧ୍ୟାରେ ଲଡ଼ୁବାବାଙ୍କ ଚାପ ଖେଳ ଚାଲିଥିଲା । ଚିକ୍‌ମିକ୍‌ ଆଲୋକରେ ସଜ୍ଜିତ ହୋଇଥିଲା ଡଙ୍ଗା । ସେବାୟତ ବି ଭକ୍ତିରେ ଡାକ ଛାଡ଼ୁଥିଲେ । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୁରା ଅଞ୍ଚଳ । ହେଲେ ହଠାତ୍‌ ଲେଉଟି ପଡ଼ିଲା ଡଙ୍ଗା ।

Advertisment

ନୟାଗଡ଼ ଶରଣକୁଳର ପ୍ରସିଦ୍ଧ ପ୍ରଭୁ ଲଡ଼ୁବାବାଙ୍କ ଚାପ ବେଳେ ଓଲଟି ପଡ଼ିଲା ଡଙ୍ଗା। ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଘଟିଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ଦୀର୍ଘ ୨୧ ଦିନ ଧରି ଲଡ଼ୁ ବାବାଙ୍କ ଚନ୍ଦନ ଯାତ୍ରା ଥିବା ବେଳେ ଗତକାଲି ଏହା ଶେଷ ଅର୍ଥାତ ଭଉଁରୀ ଯାତ୍ରା ଥିଲା। ଲଡ଼ୁ ବାବାଙ୍କ ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରତି ଦିନ ଚାପ ବେଳେ ଡଙ୍ଗାରେ ୭ରୁ ୮ ପୂଜକ ଓ ଲୋକେ ରହିଥାନ୍ତି। ମାତ୍ର ଗତକାଲି ଏହି ସଂଖ୍ୟା ବଢ଼ି ୨୦ ଟପିଗଲା।

ସନ୍ଧ୍ୟାରେ ଠାକୁର ପୁଷ୍କରିଣୀରେ ଚାପ ଖେଳୁଥିବା ବେଳେ ହଠାତ୍‌ ଡଙ୍ଗାରେ ପାଣି ପଶିଲା।  ଏହାପରେ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଲା। ପୁଷ୍କରିଣୀରେ ଅଳ୍ପ ପାଣି ଥିବାରୁ ବହୁ ସେବାୟତ ପହଁରି ପହଁରି ପୋଖରୀ କୂଳକୁ ଆସିଥିଲେ । ଚାପ ଖେଳ ଦେଖିବାକୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ପାଣି ଭିତରକୁ ପଶି ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାଯାଇଛି।

Advertisment
Ladu Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ