Advertisment

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ ।

ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

Mausi Mandir

Advertisment

ବାରିପଦା(ମାନିକ୍‌ଲାଲ୍‌ ପାଣି): ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ରଥ ଯାତ୍ରାରେ ନଅ ଦିନ ପାଇଁ ତିନି ଠାକୁର ଯାତ୍ରା କରି ଥାଆନ୍ତି ମାଉସୀ ମା ମନ୍ଦିରକୁ। ବାରିପଦାରେ ଏହି ମାଉସୀ ମା ମନ୍ଦିର ଏବେ ଶ୍ରୀହିନ ହୋଇଛି। ମୟୁରଭଞ୍ଜ ରାଜା ରାଜୁଡା ଅମଳର ଏହି ମନ୍ଦିର ଏବେ ସୌନ୍ଦର୍ଯ୍ୟ ହରାଇଛି ସତ ହେଲେ ମନ୍ଦିରର ଉନ୍ନତି କରଣ ପାଇଁ ପ୍ରସାଶନିକ ଅବହେଳା ଭକ୍ତଙ୍କ ମନକୁ କଠୋର ଆଘାତ ଦେଇଛି।

Advertisment

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ ।

Advertisment

ମନ୍ଦିର ଗମ୍ବୁଜ ପୂରା ଅନାବନା ଗଛରେ ଭର୍ତ୍ତି ହେଲାଣି। ଗଛ କାନ୍ଥକୁ ଫଟାଇ ଦେବାରୁ ବର୍ଷା ଦିନରେ ମନ୍ଦିର ଗର୍ଭରେ ଦର ଦର ହୋଇ ପାଣି ପଡୁଛି ।ଖାଲି ଏତିକି ନୁହେଁ ବରଂ ମନ୍ଦିର ନାଟ ମଣ୍ଡପ ଅବସ୍ଥା ମଧ୍ୟ ଆହୁରି ଶୋଚନୀୟ। କାନ୍ଥ ଓ ଛାତ ଫାଟି ଆଁ କରିଛି। ବର୍ଷା ପାଣି କାନ୍ଥ ଦେଇ ଲହଡ଼ି ଭାଙ୍ଗୁଛି। ଖାଲି ଏତିକି ନୁହେଁ ବର୍ଷା ହେଲେ କାନ୍ଥକୁ ଛୁଇଁଲେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ କରେଣ୍ଟ ଲାଗିବା ସୁନିଶ୍ଚିତ । ମନ୍ଦିରର ପିଇବା ପାଣି ଏବଂ ରୋଷେଇ ଘର ଅବସ୍ଥା କହିଲେ ନ ସରେ।

ବାରିପଦାରେ ରାଜାରାଜୁଡ଼ା ସମୟରେ ଅନେକ ମଠ ଓ ମନ୍ଦିରର ନିର୍ମାଣ କରାଯାଇଥିଲା ।ରାଜତନ୍ତ୍ର ପରେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ସରକାରଙ୍କ ହାତକୁ ଗଲା ହେଲେ ମନ୍ଦିରର ଅନେକେ ଉତ୍ସରୁ ଲକ୍ଷାଧିକ ଟଙ୍କା ଆଦାୟ ମଧ୍ୟ ହେଉଛି କିନ୍ତୁ ବାରମ୍ବାର ଦାବି ଜଣାଇବା ପରେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ନୈରାଶ୍ୟଜନକ ରହିଛି। ପ୍ରଶାସନ ନିରବ ରହୁଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜଗନ୍ନାଥଙ୍କ ପୂଜା ପଣ୍ଡା କହିଛନ୍ତି।

Advertisment
Odisha Baripada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ