Advertisment

ମିଳିଲା କଳାହାଣ୍ଡିରୁ କଲମ୍ବିଆ ଟିକେଟ : ବିଦେଶ ଯାଇ ଗରିବ ବାପାର ନାଁ ରଖିବ ଲାଲୁ !

ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି।

Special Story

Special Story

Advertisment

ପୁଅ ପାଇଁ ଗର୍ବିତ ଗରିବ ବାପା । ଗାଁରେ ବାପା ଅନ୍ୟମାନଙ୍କର ଘର ତୋଳୁଛନ୍ତି, ଆଉ ପୁଅ ରାଜଧାନୀରେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ପଣ କରିଛି। ଆଗକୁ ବିଶ୍ୱସ୍ତରୀୟ ଖେଳାଳି ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବ କଳାହାଣ୍ଡି ପୁଅ ଲାଲୁ ପ୍ରସାଦ। ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବିଆର କ୍ୟାଲିଠାରେ ଆୟୋଜିତ ହେବାକୁ ଥିବା ବିଶ୍ଵ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଲାଲୁ ।

Advertisment

କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ଆଶ୍ରମ ପଡ଼ାରେ ୧୯ ବର୍ଷୀୟ ଲାଲୁଙ୍କ ଘର । ଏକ ଗରିବ ଓ ଆଦିବାସୀ ପରିବାରରେ ତାଙ୍କର ଜନ୍ମ । ବାପା ରାଜମିସ୍ତ୍ରୀ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ପିଲାଟି ଦିନରୁ ଖେଳକୁଦରେ ଲାଲୁଙ୍କର ରୁଚି ରହିଛି । ଆର୍ଥିକ ଅନଟନ ମଧ୍ୟରେ ଗାଆଁ ସ୍କୁଲରେ ପାଠ ପଢି ପରେ ବର୍ତ୍ତମାନ ଭୁବନେଶ୍ଵରରେ ଏକ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି । ଲାଲୁ କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ରିଲାଏନ୍ସ - ଓଡ଼ିଶା ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି ।

ତେବେ ଚଳିତ ବର୍ଷ ଅଗଷ୍ଟରେ କଲମ୍ବିଆରେ ହେବାକୁ ଥିବା ୱାର୍ଲଡ୍ ଆଥଲେଟ୍ ଅଣ୍ଡର ଟ୍ୱେଣ୍ଟି ଚାମ୍ପିୟନସିପରେ ଲଙ୍ଗ୍‌ ଜମ୍ପରେ ଭାଗ ନେବ ଲାଲୁ । ବାପା ଦିନ ମଜୁରୀ କରି ଘର ଚଳାଉଥିବା ବେଳେ ଏଇ ପୁଅ କଳାହାଣ୍ଡିରୁ ଟିକେଟ୍ ପାଇଛି ସିଧା କଲମ୍ବିଆ । ଆଉ ଏ ଖବର ଶୁଣିବା ପରେ ଗାଁରେ ସମସ୍ତେ ଖୁସ୍ । ପୁଅ ଭୁବନେଶ୍ୱରରେ ଥିବା ବେଳେ ବାପା, ମା, ବନ୍ଧୁ ପରିଜନ ସମସ୍ତେ ତା ପୁରୁଣା ପଦକ ଧରି ଆତ୍ମବିଭୋର ହେଉଛନ୍ତି । ଅଖ୍ୟାତ ପଲ୍ଲୀର ପୁଅ ସାରା ବିଶ୍ୱରେ ନାଁ କରିବାକୁ ଯାଉଛି, ସେଥିରେ ବାପା ମା ଖୁସି ହେବେନି ତ ଆଉ କିଏ ହେବ?

Advertisment

ପୂର୍ବରୁ ଲାଲୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା ବେଳେ ୬୮ତମ ରାଜ୍ୟ ଦୌଡ଼କୁଦର ୧୦୦ ମିଟରରେ କାଂସ୍ୟ ଏବଂ ଲମ୍ବଡିଆଁରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ