Advertisment

‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’

‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’। ଏହା ମନେପକେଇଦିଏ ଶାହରୁଖ ଖାନ୍‌ଙ୍କ ସେହି ଜଣାଶୁଣା ସଂଳାପ “ମେରା ନାମ୍‌ ଖାନ୍‌ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”। କିନ୍ତୁ ଏହି ନାଁରେ ଜଣେ ଲୋକ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।

ଅଦ୍ୟତନ ହୋଇଛି
Kovid Kapoor goes viral for his name

Kovid Kapoor goes viral for his name

Advertisment

ହୋଲିଡିଫାଇ ସହ-ପ୍ରତିଷ୍ଠାତା କୋଭିଡ୍‌ କପୁର ଟ୍ୱିଟରରେ ଜଣାଇଛନ୍ତି ଯେ କରୋନା ଭାଇରସ୍ ମହାମାରୀ ଯୋଗୁଁ ଲୋକମାନେ ତାଙ୍କ ନାମକୁ ନେଇ କିପରି ଖୁସି ହେଉଛନ୍ତି। କୋଭିଡ୍‌ ଟ୍ୱିଟରରେ ଲେଖିଛନ୍ତି ଯେ “କୋଭିଡ୍‌ ମହାମାରୀ ପରେ ସେ ପ୍ରଥମ ଥର ପାଇଁ ଭାରତ ବାହାରକୁ ଯାଇଥିଲି ଓ ମୋର ନାମ ଲୋକଙ୍କୁ ମନୋରଞ୍ଜନ କରିଥିଲା।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ଭବିଷ୍ୟତର ବିଦେଶ ଯାତ୍ରା ମଜା ହେବାକୁ ଯାଉଛି!”

Advertisment

ଏହାକୁ ବ୍ୟାଖ୍ୟା କରିବାକୁ ଯାଇ ସେ କହିଛନ୍ତି ଯେ, ତାଙ୍କ ନାମର ଅର୍ଥ ହେଉଛି ‘ବିଦ୍ୱାନ’ ବା ଯିଏ ‘ଶିଖେ’ ଏବଂ ଏହାକୁ ‘ହନୁମାନ ଚାଳିଶା’ରୁ ଆସିଛି। କୋଭିଡ୍‌ଙ୍କ ଜୀବନୀରେ ଏହା ଲେଖାଯାଇଥିଲା, “ମୋର ନାମ କୋଭିଡ୍‌ କିନ୍ତୁ ମୁଁ ଭାଇରସ୍‌ ନୁହେଁ”। ତାଙ୍କର ଏହି କଥା ଶାହାରୁଖ ଖାନଙ୍କ ସଂଳାପକୁ ମନେ ପକାଇଥାଏ “ମେରା ନାମ୍‌ ଖାନ୍‌ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”।

ହୋଲିଡିଫାଇର ପ୍ରତିଷ୍ଠାତା ମଧ୍ୟ ତାଙ୍କ ନାମର ଉଚ୍ଚାରଣ ବିଷୟରେ ପ୍ରକାଶ କରିଛନ୍ତି। କୋଭିଡ୍‌ ଉଚ୍ଚାରଣ ପ୍ରକୃତରେ ‘ଡ’ ବଦଳରେ ‘ଦ’ ବୋଲି ଉଚ୍ଚାରଣ କରାଯାଏ। ସେ କହିଛନ୍ତି ଯେ ଏହାକୁ କୋଭିଡ୍‌ ନୁହେ ବରଂ କୋଭିଦ୍ ଭାବେ ଉଚ୍ଚାରଣ କରାଯାଏ। କୋଭିଡ୍‌ କରୋନା ବିୟରକୁ ଉପଭୋଗ କରୁଥିବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

Advertisment

ଉଦ୍ୟୋଗୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ବନ୍ଧୁମାନେ ତାଙ୍କର ୩୦ତମ ଜନ୍ମଦିନ ପାଇଁ ଏକ କେକ୍ ଅର୍ଡର କରିଥିଲେ ଏବଂ କେକ୍ ଉପରେ ତାଙ୍କ ନାମ ଲେଖିବା ନେଇ କହି ଲିଖିତ ଭାବେ ମଧ୍ୟ ଦେଇଥିଲେ। କିନ୍ତୁ କେକ୍ ପ୍ରସ୍ତୁତକାରୀ ଭାବିଲେ ବୋଧହୁଏ ସେମାନେ ଭୁଲ ନାମ(କୋଭିଦ୍) ଦେଇଛନ୍ତି। ତେଣୁ ସେ ଏହି ବନାନକୁ ଠିକ କରିବା ଉଦ୍ଦେଶ୍ୟରେ କେକ୍ ଉପରେ ‘କୋଭିଡ୍’ ବୋଲି ଲେଖିଦେଲେ।

Advertisment

ସେ ଆହୁରି କହିଛନ୍ତି ଯେ ଏପରିକି ଗୁଗୁଲ୍‌ ମଧ୍ୟ ଭାବୁଛି ଯେ ସେ ତାଙ୍କ ନାମର ଭୁଲ ବନାନ କରାଯାଛି। ତେଣୁ ସେ ଯେତେବେଳେ ଏହି ନାମ(କୋଭିଦ୍) ଲେଖୁଛନ୍ତି, ସେ ଚିରାଚରିତ ଭାବେ ପଚାରୁଛି ଯେ “କ’ଣ ଆପଣଙ୍କ ଉଦ୍ଦେଶ୍ୟ ‘କୋଭିଡ୍’ କି?”

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ