Advertisment

ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।

ଅଦ୍ୟତନ ହୋଇଛି
Kotia Row

Kotia Row

Advertisment

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।

Advertisment

ଆଜି ବିଧିବଦ୍ଧ ଭାବେ ନୂଆ ୧୩ଟି ଜିଲ୍ଲା ଗଠନ କରାଯାଇଛି। ଫଳରେ ଏବେ ଆନ୍ଧ୍ରରେ ମୋଟ୍ ୨୬ ଜିଲ୍ଲା ହୋଇଛି।  ଏଥିରେ ନୂତନ ଜିଲ୍ଲା ଭାବେ ‘ମାନ୍ୟମ୍‌’କୁ ସ୍ଥାନ ଦିଆଯାଇଛି। ଆଉ ଏହି ମାନ୍ୟମ୍ ଜିଲ୍ଲାରେ ସାମିଲ ହୋଇଛି କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ା।

କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍ ଖେଳିଛି ଆନ୍ଧ୍ର। ତେଲୁଗୁରେ ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ। କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି ଆନ୍ଧ୍ର। ପୂର୍ବରୁ ବିଜୟନଗରମ୍ ଜିଲ୍ଲା ବେଳେ କୋଟିଆରୁ ହେଡ୍‌କ୍ୱାର୍ଟର୍ସର ଦୂରତା ୯୦ କିଲୋମିଟର ଥିଲା।

Advertisment

ଏବେ ମାନ୍ୟମ୍ ହେବା ପରେ ପାର୍ବତୀପୁରମ୍ ଏହାର ହେଡ୍‌କ୍ୱାର୍ଟର୍ସ ହେବ। ଫଳରେ କୋଟିଆରୁ ଏହାର ଦୂରତା ୬୦ କିଲୋମିଟରକୁ କମି ଆସିବ। ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଯେପରି ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚା ଯାଇ ପାରିବ ସେଥିପାଇଁ ଆନ୍ଧ୍ର ଏପରି କରିଥିବା ଚର୍ଚ୍ଚା ହେଉଛି।

Andhra Pradesh Kotia Dispute Kotia Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ