Advertisment

କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି

Kotia

Kotia

Advertisment

କୋରାପୁଟ୍‌: କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି । ଆନ୍ଧ୍ର ପକ୍ଷରୁ କିଛି ତେଲୁଗୁ ଫଳକ ବି ଲଗାଯାଇଛି। ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରାଯାଉଛି । ଖୁବଶୀଘ୍ର ଘଟଣାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଅପରପେକ୍ଷ, ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

Advertisment

କେବଳ ଏବେ ନୁହେଁ ବରଂ ବହୁବାର ଓଡ଼ିଶାରେ ପଶି ଦାଦାଗିରି କରିଛି ଆନ୍ଧ୍ର। ୨୪ ସେପ୍ଟେମ୍ବରରେ କୋଟିଆରେ ଆନ୍ଧ୍ର ସରକାରୀ କାର୍ଯ୍ୟକ୍ରମ କରିଥିବା ନେଇ ଜଣାପଡ଼ିଥିଲା । ଏହି ପଞ୍ଚାୟତର ଉପର ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଥିଲେ । ସାଲୁର ମଣ୍ଡଳମର ମାରିପାଲ୍ଲୀ ସେର ଆନୁକୁଲ୍ୟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ଶ୍ରୀମନ୍ତମ କରାଇବା ସହିତ ମାଆ ମାନଙ୍କୁ ଶିଶୁର ଆହାର ସଂପର୍କରେ ସଚେତନ କରାଇଥିଲେ।

Advertisment

ସୂଚନା ଅନୁସାରେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର ଯାହାକୁ ସିଲ୍ କରାଯାଇଥିଲା। ଏହାର କିଛି ଦିନ ପରେ ଆନ୍ଧ୍ରର କିଛି ଅଧିକାରୀ ପୁଣିଥରେ ଏହି ଅଙ୍ଗନବାଡି କେନ୍ଦ୍ର ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଥିଲେ ଏବଂ ଆନ୍ଧ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ।

ତେବେ ଓଡ଼ିଶା ଆନ୍ଧ୍ର ସୀମାନ୍ତ ସମସ୍ୟା ଦିନକୁ ଦିନ ବଢୁଥିବାବେଳେ ଏହାର ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୪ଟି ପ୍ରସ୍ତାବ ରଖିଥିଲେ ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଥିଲେ। ଏଥିସହ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ବିବାଦୀୟ ଗାଁରୁ ସଶସ୍ତ୍ର ସୁରକ୍ଷା ବଳ ପ୍ରତ୍ୟାହାର ସହ ଜନ ପ୍ରତିନିଧି ଓ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ଉଠାଇବାକୁ ସେ ପ୍ରସ୍ତାବ ଦେଇସାରିଛନ୍ତି। ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ