Kotagarh police station IIC Dhiraj Lenka in Vigilance net
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା IIC ଧିରଜ ଲେଙ୍କା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ କୋଟଗଡ଼ରୁ ଥାନା ଗାଡ଼ିରେ ଖଜୁରୀପଡ଼ା ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଠାରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକ ରଖିଥିଲା। ଏହାପରେ ତାଙ୍କ ପାଖରୁ ୧ ଲକ୍ଷ ୪୫ ହଜାର ୮ଶହ ଟଙ୍କା ଜବତ କରାଯାଇଥିଲା।
IIC ଧିରଜ ଲେଙ୍କାଙ୍କୁ ଭିଜିଲାନ୍ସ ଟିମ୍ ହେପାଜତକୁ ନେଇଛି। ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗର DSP ଅରୁଣ ନାୟକଙ୍କ କହିବା ଅନୁସାରେ, IIC ଧୀରଜ ଲେଙ୍କା ଗାଡ଼ିରେ ଲକ୍ଷାଧିକ ଟଙ୍କା ଧରି ନିଜ ପତ୍ନୀଙ୍କ ପାଖକୁ ଯାଉଥିବାର ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ, ଫୁଲବାଣୀ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ବାଲିଗୁଡ଼ା ବଜାରରେ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା। ମିଳିଥିବା ଟଙ୍କା ଦଶହରା ଚାନ୍ଦା ଆଦାୟର ବୋଲି ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ ଠାରୁ ଜବତ ହୋଇଥିବା ଟଙ୍କା ନିଜର ବୋଲି କହିବା ସହ ସେ ଛୁଟି କାଟିବାକୁ ଯାଉଥିଲେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666595110.jpg)