Advertisment

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍‌ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍‌ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି।

koraput additional collectors car to be attached

koraput additional collectors car to be attached

Advertisment

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍‌ । ଏନେଇ କୋରାପୁଟ ସିନିୟର ଡିଭିଜନ ସିଭିଲ ଜଜ୍‌ ୱାରେଣ୍ଟ ଜାରି କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲ୍‌ମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି ।

Advertisment

୨୦୧୦ ମସିହାରେ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟକୁ CMRF ଔଷଧ ଯୋଗାଣ କରି ଅର୍ଥ ପାଇନଥିବା ଘଟଣାରେ ଏହି ନୋଟିସ ଜାରି ହୋଇଛି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦ ମଦର ମେଡିକାଲ ଷ୍ଟୋରକୁ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟ ଟଙ୍କା ପୈଠ କରିନଥିଲେ।

ଫଳରେ ଟଙ୍କା ପୈଠ କରିବା ନେଇ ମେଡିକାଲ ଷ୍ଟୋର କର୍ତ୍ତୃପକ୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଟଙ୍କା ପୈଠ କର ନଚେତ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍‌, ୧୦ଟି ଟେବୁଲ, ୧୦ଟି ଚେୟାର, ୧୦ଟି ଏସି, ୨୦ଟି ଫ୍ୟାନ ଓ ୧୦ଟି ଆଲମିରା ବାଜ୍ୟାପ୍ତି କରିବାକୁ ସିନିୟର ସିଭିଲ କୋର୍ଟ କୋରାପୁଟଙ୍କ ପକ୍ଷରୁ ୱାରେଣ୍ଟ ଜାରି ହୋଇଛି ।

Advertisment

ୱାରେଣ୍ଟ ଆଦେଶ ଧରି ଅଦାଲତର କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାକୁ ନେଇ ଖୋଳତାଡ଼ ଜାରି ରହିଛି । ସୂଚନାଥାଉ କି, ୨୦୧୦ ମସିହାରେ ୨ ଲକ୍ଷ ୬୩ ହଜାର ୮୩୯ ଟଙ୍କାର ଔଷଧ ଯୋଗାଣ କରିଥିଲେ ।

ମାମଲା ଜନିତ ଖର୍ଚ୍ଚ ସହ ମୋଟ୍‌ ୪ ଲକ୍ଷ ୩୩ ହଜାର ୭୭୪ ଟଙ୍କା ୯୬ ପଇସା ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଔଷଧ ଯୋଗାଣକାରୀ ସଂସ୍ଥା ନନ୍ଦପୁର ସ୍ଥିତ ଦ ମଦର ମେଡିକାଲ୍‌ ଷ୍ଟୋରର ମାଲିକ ହରେକୃଷ୍ଣ ମହାନ୍ତି ଅଦାଲତର ଆଶ୍ରୟ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ