Advertisment

ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ । ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଅଦ୍ୟତନ ହୋଇଛି
Khordha Villagers Meet Collector Over Error In Voters List, Threaten To Boycott Panchayat Polls

Khordha Villagers Meet Collector Over Error In Voters List, Threaten To Boycott Panchayat Polls

Advertisment

ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ । ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ପୌରାଞ୍ଚଳରେ ୧୦ ନମ୍ବର ଓ୍ୱାର୍ଡରେ ଥିବା ଶାନ୍ତିଦାନ କଲୋନୀରେ ରହୁଥିବା ଭୋଟରଙ୍କ ନାଁ ୧୧ ନମ୍ବର ଓ୍ୱାର୍ଡକୁ ଚାଲିଯାଇଛି । ଦୀର୍ଘ ୪୦ ବର୍ଷ ଧରି ଏଠାରେ ରହୁଥିବା ଲୋକଙ୍କ ନାଁ ୧୦ ନମ୍ବର ଓ୍ୱାର୍ଡରେ ରହିଥିଲା।

Advertisment

ତେବେ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ଲାଗି ପ୍ରକାଶ ପାଇଥିବା ଭୋଟର ତାଲିକାରେ ନାଁ ପରିବର୍ତ୍ତନ ହୋଇଥିବାର ଅଭିଯୋଗ କରାଯାଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଶାନ୍ତିଦାନ କଲୋନୀରେ ରହୁଥିବା ଭୋଟର ସମୁହ ଭୋଟ ବର୍ଜନ କରିବାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ।

Error In Voters List
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ