Advertisment

ରାଜଧାନୀରେ ଗର୍ଜିଲେ ପାଇକ ପୁଅ

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି।

Locals Take Out Rally Over Centre's 'Paika Bidroha' Snub

Locals Take Out Rally Over Centre's 'Paika Bidroha' Snub

Advertisment

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି। ବୀର ପାଇକ ସଂଗଠନର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଶହ ଶହ ପାଇକ ଖୋର୍ଦ୍ଧାର ବରୁଣେଇ ପୀଠରୁ ପାରମ୍ପରିକ ବେଶରେ ଆସି ରାଜଧାନୀ ଭୁବନେଶ୍ୱରରେ ବିରାଟ ସମାବେଶ କରିଥିଲେ।

Advertisment

ରାମ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ପାଇକ ଆଖଡ଼ା ନୃତ୍ୟ ସହିତ ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଦେଇ ଏକାମ୍ର ହାଟ ସମ୍ମୁଖରେ ପହଞ୍ଚିବା ପରେ ସମାବେଶ କରାଯାଇଥିଲା। ଏଥିରେ ୨ ଶହ ପାଇକ ଆଖଡ଼ା ଦଳ, ଦଳେଇ ଓ ଦଳବେହେରା ଓ ପାଇକ ସର୍ଦ୍ଦାର ଯୋଗ ଦେଇଥିଲେ।   

ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି। ସେପଟେ ଜମି ଯୋଗାଇବା ଲାଗି ସରକାରୀ ନିୟମ ଅନୁସାରେ, ଲିଜ୍‌ ନେବାକୁ ପଡିଥାଏ। କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ ଦିନ ପୂର୍ବରୁ ଏକ ଚିଠି ଆସିଛି। ନିୟମ ପ୍ରକାରେ ଫର୍ମ ପୂରଣ ହେବା ପରେ ଜମି ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। 

Advertisment

Paika Bidroha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ