Advertisment

ମାନ୍ୟତା ପରେ ମିଳୁଛି ମାନ୍ୟତା, ହେଲେ ବଦଳୁନି ଭିତ୍ତିଭୂମି

ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
ମାନ୍ୟତା ପରେ ମିଳୁଛି ମାନ୍ୟତା, ହେଲେ ବଦଳୁନି ଭିତ୍ତିଭୂମି

khallikote university

Advertisment

ବ୍ରହ୍ମପୁର: ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି। ମହାବିଦ୍ୟାଳୟରୁ ଏବେ ଏହା ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।ମାତ୍ର ପାଠ ପଢ଼ାଇବା ପାଇଁ ନାହାନ୍ତି ଆବଶ୍ୟକ ଅଧ୍ୟାପକ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment

ଦେଢ଼ ଶହ ବର୍ଷ ତଳର କଲେଜ ଏବେ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଛି। ମାତ୍ର ପାଠ ପଢ଼ାଇବା ପାଇଁ ଅଧ୍ୟାପକ ନାହାନ୍ତି ଏହି ଏକକ ବିଶ୍ୱ ବିଦ୍ୟାଳୟରେ। ଏବେ ଖାଲି ପଡ଼ିଛି ପ୍ରାୟ ୫୦ ପ୍ରତିଶତରୁ ଅଧିକ ପଦବୀ। ମୋଟ ୮୮ ପଦବୀରୁ ଏବେ ବି ୫୩ଟି ପଦବୀ ପଦବୀ ଖାଲି ପଡ଼ିଛି। ଆର୍‌ଟିଆଇ ତଥ୍ୟରୁ ଏହା ସାମ୍ନାକୁ ଆସିବା ପରେ ପଦାରେ ପଡ଼ିଛି ଏକକ ବିଶ୍ୱ ବିଦ୍ୟାଳୟର ସ୍ଥିତି। ଏପରିକି ଅନେକ ବିଭାଗରେ ଜଣେ ହେଲେ ଅଧ୍ୟାପକ ମଧ୍ୟ ନାହାନ୍ତି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶିକ୍ଷାବିତ୍। 

Advertisment

୧୮୭୮ ମସିହାରେ ବ୍ରହ୍ମପୁର ସହରରେ ଗଢ଼ି ଉଠିଥିଲା ଓଡ଼ିଶାର ଏହି ଅନ୍ୟତମ ଶିକ୍ଷା ପ୍ରାଣକେନ୍ଦ୍ର ଖଲ୍ଲିକୋଟ ମହାବିଦ୍ୟାଳୟ। ପ୍ରାୟ ୧୫୦ ବର୍ଷ ଭିତରେ କଲେଜକୁ ମିଳିଛି ବିଭିନ୍ନ ମାନ୍ୟତା। ଗତ ୨୦୧୬ରେ କଲେଜକୁ ଭାରତର ଏକମାତ୍ର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା। ଏପରିକି ଏକ ଭଡା ଘରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର କ୍ଲାସ୍ କରାଗଲା। ମାତ୍ର ପରେ କ୍ଲଷ୍ଟର ମାନ୍ୟତାକୁ ଉଠାଇ ଦିଆଗଲା। ଆଉ ଗତ ୧ ତାରିଖରେ ଏହି ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି। ତେବେ ଆବଶ୍ୟକ ଅଧ୍ୟାପକ ନଥିବାରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଖୁବ୍‌ଶୀଘ୍ର ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରତିଶ୍ରୁତି ଦେଇଥିବା କୁଳପତି କହିଛନ୍ତି। ଗତ ୧ ତାରିଖରେ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମଧ୍ୟ ନିଜେ କଲେଜକୁ ଆସି ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ଅବସରରେ ଅଧ୍ୟାପକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। 

Odisha Berhampur Khallikote University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ