Advertisment

ଖରସ୍ରୋତା ଜଳବିବାଦ: RTI ତଥ୍ୟକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସରକାର

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାର ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଆବାହକ ଦେବେନ୍ଦ୍ର ଶର୍ମା। ଅନ୍ୟପକ୍ଷରେ ଭଦ୍ରକ ଜଳ ଓ ପରିମଳ ବିଭାଗ ସର୍ଭେ ଏବଂ ଅନ୍ୟାନ୍ୟ ଅନୁମତି କଥା ବୁଝୁଥିବା କହି ମୁଣ୍ଡର ଦୋଷ ଓହ୍ଲାଇ ଦେବାକୁ ଚେଷ୍ଟା କରିଛି କେନ୍ଦ୍ରାପଡ଼ା ଜଳ ଓ ପରିମଳ ବିଭାଗ।

Advertisment

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ଲାଗି କୌଣସି ରିପୋର୍ଟ ଦେଇନି ଆଇଆଇଟି ହ୍ରାଇଦ୍ରାବାଦ୍ କି ଏସଂପର୍କରେ କୌଣସି ଆବେଦନ କରିନାହାନ୍ତି ଓଡ଼ିଶା ସରକାର। ଆରଟିଆଇରେ ହୋଇଥିବା ଆବେଦନ ଆଧାରରେ ହାଇଦ୍ରାବାଦ ଆରଟିଆଇରେ ଡେପୁଟୀ ରେଜିଷ୍ଟ୍ରାର ସୟଦ ଅଲ୍ଲୀ ସବିର ଏହି ତଥ୍ୟ ପ୍ରଦାନ କରିବା ପରେ ତେଜିଛି ବିବାଦ। ପରିବେଶ ଉପରେ ପ୍ରତିକୁଳ ପ୍ରଭାବ ପଡିବା ଆଶଙ୍କା କରି ସ୍ଥାନୀୟ ଲୋକେ ପ୍ରକଳ୍ପକୁ ଜୋରଦାର ବିରୋଧ କରୁଥିବା ବେଳେ ଆରଟିଆଇରେ ରିପୋର୍ଟ ଆଳରେ ଏହାକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିଲେ ସରକାର। ତେବେ ପ୍ରକଳ୍ପ ନେଇ ଓଡିଶା ସରକାରଙ୍କୁ କୌଣସି ରିପୋର୍ଟ ଦିଆଯାଇନଥିବା ହାଇଦ୍ରାବାଦ ଆରଟିଆଇରେ ସ୍ପଷ୍ଟ କରିବା ପରେ ଆରମ୍ଭ ହୋଇଛି ଦୋଷ ଠେଲାଠେଲି। ଭଦ୍ରକ ଜଳ ଓ ପରିମଳ ବିଭାଗ ସର୍ଭେ ଓ ଅନ୍ୟ ଆନୁସଂଗିକ ଅନୁମତି କଥା ବୁଝୁଥିଲା ବୋଲି କହିଛନ୍ତି କେନ୍ଦ୍ରାପଡା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ। ସର୍ଭେ ରିପୋର୍ଟରେ କଣ ରହିଛି ତାକୁ ଅନୁଧ୍ୟାନ କଲା ପରେ ମତାମତ ଦେଇ ହେବ ବୋଲି ସେ ସଫେଇ ଦେଇଛନ୍ତି।

Advertisment

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଇକୋ ସେନ୍ସେଟିଭ୍ ଜୋନ୍ ମନିଟରିଂ କମିଟି ବୈଠକର ସେହି ପ୍ରୋସିଡିଂ ଦସ୍ତାବିଜ ସମସ୍ତଙ୍କୁ ଚକିତ କରିଦେଇଛି। ପଞ୍ଚମ ବୈଠକରେ ହାଇଦ୍ରାବାଦ ଆରଟିଆଇରେ ଦ୍ୱାରା ହୋଇଥିବା ପରିବେଶ ଏବଂ ସାମାଜିକ ପ୍ରଭାବ ସଂପର୍କିତ ଏକ ସର୍ଭେ ରିପୋର୍ଟ କମିଟିର ହସ୍ତଗତ ହୋଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ପରବର୍ତ୍ତୀ ବୈଠକରେ ରିପୋର୍ଟ ଉପରେ ଆଲୋଚନା ହୋଇଥିବା ଦର୍ଶାଯାଇଛି ସର୍ଭେ ଓ ଆସେସମେଣ୍ଟ ରିପୋର୍ଟ ଅନୁସାରେ ପ୍ରକଳ୍ପ ହେବା ଦ୍ୱାରା କୌଣସି ବଡ କ୍ଷତି ହେବ ନାହିଁ କି ପରିବେଶ ଉପରେ ପ୍ରତିକୁଳ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଥିଲା। ତେବେ ଆଇଆଇଟି ହ୍ରାଇଦ୍ରାବଦ୍ ଏଭଳି କୌଣସି ରିପୋର୍ଟ ଦେଇନଥିବା କହିବା ପରେ ସରକାରଙ୍କ ମିଛ ପଦାରେ ପଡିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ନେଇ ବିଜେଡି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଗକୁ ପ୍ରକଳ୍ପର ଭବିଷ୍ୟତ କଣ ହେଉଛି ତାହା ଦେଖିବା କଥା।

Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ