Advertisment

କେନାଲରେ ଭାସିଗଲେ ବୋଲବମ୍‌ ଭକ୍ତ,ସାଙ୍ଗମାନଙ୍କ ସହ ଜଳଲାଗି ପାଇଁ ଆସିଥିଲେ...

ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ।

Kawariya drowning in a canal in Kamakhyanagar

Kawariya drowning in a canal in Kamakhyanagar

Advertisment

ଜଳଲାଗି କରିବାକୁ ଆସି କେନାଲରେ ଭାସିଗଲେ ବୋଲବମ୍‌ ଭକ୍ତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ଭକ୍ତ ହେଲେ  ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମ ସୁନ୍ଦର ବାରିକ।

Advertisment

ସୂଚନା ଅନୁସାରେ, ଶ୍ୟାମ ସୁନ୍ଦର ନିଜ ୨ ସାଙ୍ଗଙ୍କ ସହ ଜଳଲାଗି କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥିଲେ। ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଶ୍ୟାମ ସୁନ୍ଦରଙ୍କୁ ସେ  ଉଦ୍ଧାର କରି ପାରିନଥିଲେ।

ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନ୍ୟପକ୍ଷେ, ପରଜଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Drowning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ