Advertisment

ଗୋଟିଏ ମିନିଟ୍‌ରେ ସବୁଠୁ ଅଧିକ ବଡିୱେଟ୍ ସ୍କ୍ୱାଟ୍ କରି ରେକର୍ଡ କଲେ ମହିଳା

ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

ଅଦ୍ୟତନ ହୋଇଛି
Karenjeet kaur bains sets Guinness world record for most bodyweight squats in a minute

Karenjeet kaur bains sets Guinness world record for most bodyweight squats in a minute

Advertisment

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଅକ୍ଟୋବର ୪ ରେ ୨୫ ବର୍ଷୀୟ କରନଜିତ୍ କୌର୍‌ ବୈନ୍ସ ଏକ ମିନିଟରେ (ମହିଳା) ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। କରନଜିତ୍ ଏକ ମିନିଟ୍‌ରେ ନିଜର ସମ୍ପୂର୍ଣ୍ଣ ଓଜନର ୪୨ ସ୍କ୍ୱାଟ୍ ଉଠାଇଥିଲେ। ପାୱାରଲିଫ୍‌ଟିଂ ଚାମ୍ପିଅନ୍ ବୈନ୍ସ ୧୭ ବର୍ଷ ବୟସରେ ପ୍ରତିଯୋଗିତା ଆରମ୍ଭ କରିଥିଲେ ଏବଂ କ୍ରୀଡ଼ାରେ ଅନେକ ଚାମ୍ପିଅନ୍‌ସିପ୍ ଜିତିଛନ୍ତି।

Advertisment

ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

ବୈନ୍ସ ଗିନିଜ ୱାର୍ଲ୍ଡ ରେକର୍ଡକୁ କହିଛନ୍ତି, "ମୁଁ ଗିନିଜ ୱାର୍ଲ୍ଡ ରେକର୍ଡସ ଟାଇଟଲର ଧାରକ ହୋଇଥିବାରୁ ଅତ୍ୟନ୍ତ ଗର୍ବିତ। ପାୱାରଲିଫ୍ଟରେ ଗ୍ରେଟ୍‌ ବ୍ରିଟେନକୁ ପ୍ରତିନିଧିତ୍ୱ କରୁଥିବା ପ୍ରଥମ ବ୍ରିଟିଶ ଶିଖ ମହିଳା ଭାବରେ ମୁଁ କେବଳ ଏକ ସରକାରୀ ବିଶ୍ୱ ରେକର୍ଡ ସୃଷ୍ଟି କରି ନାହିଁ ଇତିହାସରେ ଏକ ପରିଚୟ ମଧ୍ୟ ହୋଇପାରିଛି। ଏକ ଅବିଶ୍ୱାସନୀୟ ଅନୁଭବ!" ସେ ରେକର୍ଡ ଭାଙ୍ଗିବାକୁ ଅବିଶ୍ୱାସନୀୟ ବୋଲି କହିଛନ୍ତି ଏବଂ ଆଶା କରିଛନ୍ତି ଯେ ଏହା ନୂଆ ପିଢିକୁ ପ୍ରୋତ୍ସାହିତ କରିବ।

Advertisment

ଏହି ଖେଳ କରନଜୀତ ପରିବାରରେ ପୂର୍ବରୁ ଚାଲିଆସୁଛି କାରଣ ତାଙ୍କ ପିତା କୁଲଦୀପ ମଧ୍ୟ ଜଣେ ପାୱାରଲିଫ୍ଟର ଥିଲେ। ବିସିସିଆଇ ରିପୋର୍ଟ ଅନୁଯାୟୀ କରନଜୀତ ଦେଶର “ବିବିଧ ପୃଷ୍ଠଭୂମି”ର ପ୍ରତିନିଧିତ୍ୱ କରିବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଦ୍ୱାର ଖୋଲିବାକୁ ଆଶା ରଖିଛନ୍ତି।

Advertisment


 
 
 
 
 
 
 
 
 
 
 
 
 
 

A post shared by Karenjeet Kaur Bains ੴ☬ (@karenjeet_bains)

କରନଜୀତ କୌର ବୈନ୍ସ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପାୱାରଲିଫ୍ଟର ଭିଡିଓ ମଧ୍ୟ ପୋଷ୍ଟ୍‌ କରନ୍ତି। ସେ ମହିଳାମାନଙ୍କୁ ସେମାନଙ୍କର ଖେଳ ଏବଂ ଫିଟ୍‌ନେସ୍‌କୁ ଗମ୍ଭୀରତାର ସହ ନେବାକୁ ଉତ୍ସାହିତ କରନ୍ତି।

Guinness World Record Women Empowerment Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ