Advertisment

ଝୁଟି ଖଡ଼ିର ମୂର୍ତ୍ତି ଗଢ଼ିଥିଲେ, ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ..

ଚର୍ଚ୍ଚାରେ ଫୁଲବାଣୀର ପ୍ରତ୍ୟୁଷ। ଖଡ଼ି ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ

ଅଦ୍ୟତନ ହୋଇଛି
Odisha

Odisha

Advertisment

କନ୍ଧମାଳ (ତ୍ରୀନାଥ ସାହୁ): ଫୁଲବାଣୀ ସ୍ଥିତ ନଦୀଖଣ୍ଡି ସାହିର କଲେଜ ଛାତ୍ର ଏନ.ପ୍ରତ୍ୟୁଷ କୁମାର ଚୌଧୁରୀ ଝୁଟି ଖଡ଼ିରେ ନିର୍ମାଣ କରୁଛନ୍ତି ଆଖି ଝଲସିଲା ଭଳି ମୂର୍ତ୍ତି। ୨.୫ ସେଣ୍ଟିମିଟର ଚଉଡା ଏବଂ ୧.୯ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ରଥକୁ Asia Book Of Records ଏବଂ India Book Of Records ରେ ସବୁଠାରୁ ଛୋଟିଆ ରଥର ମାନ୍ୟତା ମିଳିଛି । ଏ ନେଇ ପ୍ରତ୍ୟୁଷ ପାଖକୁ Asia Book Of Record ଏବଂ India Book Of Record ପକ୍ଷରୁ Certificate ଏବଂ ମେଡାଲ ବି ଆସିଛି ।

Advertisment

ଆଉ ଏହି ମେଡାଲ ଏବଂ Certificate ତାଙ୍କ ପାଖକୁ ଉଭୟ ସଂସ୍ଥା ପକ୍ଷରୁ Courier ରେ ଆସିଛି । ଏହା ଆସିବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡ଼ି ପ୍ରତ୍ୟୁଷକୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟୁଷ ଏହି ସଫଳତା ପାଇବା ପରେ ବହୁତ ଖୁସି ଥିବା କହିବା ସହ ଆଗକୁ ସେ କିପରି ଏହାକୁ Limca Book of records ଏବଂ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ କରିପାରିବ ସେହି ଆଶା ରଖିଛନ୍ତି । ତା’ ସହିତ ଏହି ସଫଳତା ତାଙ୍କୁ ଆଗକୁ ଅନେକ ଏଭଳି କଳାକୃତି କରିବା ପାଇଁ ପ୍ରେରଣା ଦେବ ଏବଂ ଯାହାକି ତାଙ୍କୁ ଦୁନିଆରେ ପରିଚିତ କରିପାରିବ ବୋଲି କହିଛନ୍ତି ପ୍ରତ୍ୟୁଷ ।

Advertisment

ତେବେ ପ୍ରତ୍ୟୁଷ ଯେଉଁ ଛୋଟିଆ ରଥ ନିର୍ମାଣ କରିଥିଲେ ସେ ବାବଦରେ ଆମେ OTV ରେ ଗତ ଅଗଷ୍ଟ ମାସରେ ଖବର ପ୍ରସାରଣ କରିଥିଲୁ । ଖବର ପ୍ରସାରଣ ପରେ ତାଙ୍କର କଳାକୃତି ବାବଦରେ ସମସ୍ତେ ଜାଣିଥିଲେ ଏବଂ କନ୍ଧମାଳ ଜିଲ୍ଲାପାଳ ମଧ୍ୟ ତାଙ୍କୁ ଏଥିପାଇଁ ପ୍ରୋଜେକ୍ଟ କରିଥିଲେ । ଯେଉଁଥି ପାଇଁ ଆଜି ସେ ଏହି ସଫଳତା ପାଇପାରିଛନ୍ତି ବୋଲି କହିଛନ୍ତି ପ୍ରତ୍ୟୁଷ । ‌ଏହାସହ ଆଗାମୀ ଦିନରେ ସେ ଅନେକ ଛୋଟ ଛୋଟ ସାମଗ୍ରୀ ତିଆରି କବିବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି।

Kandhamal Statue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ