Advertisment

ପୋଲିସ ଭୟରେ ଢିଙ୍କିଆ ଗାଁ ମୁଣ୍ଡରେ ଫାଟକ ପକାଇ ଜଗରହିଲେ ଗାଁ ଲୋକେ

ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ପୋଲିସ-ଜନତାଙ୍କର ଚାଲିଛି ଛକାପଞ୍ଝା : ନିଜ ଜିଦ୍‌ରେ ଅଟଳ ସ୍ଥାନୀୟ ଅଂଚଳର ଲୋକ

Dhinkia

Dhinkia

Advertisment

ଜଗତସିଂହପୁର ଜିଲ୍ଲାର ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ଲାଗି ରହିଛି ଉତ୍ତେଜନା। ପୋଲିସ ଭୟରେ ଫାଟକ ପକାଇ ଗାଁ ଲୋକେ ଜଗି ରହିଛନ୍ତି ଫାଟକ। ବାହାରେ ମାତ୍ର ୫୦ ରୁ ଶହେ ମିଟର ଦୂରରେ ଜଗି ରହିଛନ୍ତି ପୋଲିସ ଫୋର୍ସ। ଢିଙ୍କିଆର ୩ଟି ଯାକ ପ୍ରବେଶ ପଥରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଏକାବେଳେ ୩ ପଟରୁ ଗାଁ ଭିତରକୁ ପୋଲିସ ପ୍ରବେଶ କରିବ ବୋଲି ଗାଁ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି।

Advertisment

ତେଣୁ ସେମାନେ ତିନିଟି ଯାକ ଫାଟକରେ ଏକାଠି ହୋଇ ଜଗି ରହିଛନ୍ତି । ଆଗରେ ଛୋଟ ପିଲା, ତା ପଛକୁ ମହିଳା ଓ ଶେଷରେ ପୁରୁଷମାନେ ରହିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ଆଜି ମାହାଳ ପଟୁ ପ୍ରଶାସନ ପାନବରଜ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛି।

JSW Steel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ