Advertisment

ଜଙ୍ଗଲ ଜମିରେ ବେଆଇନ୍ ପଥର ବ୍ଲାଷ୍ଟିଂ, ଶାନ୍ତିରେ ନିଶ୍ୱାସ ମାରି ପାରୁନାହାନ୍ତି ଲୋକେ

ଭାରତମାଳା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କାର ପଥର ଲୁଟୁଛି କମ୍ପାନୀ । ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ, ଜିଲ୍ଲା ପ୍ରଶାସନର ହାତବାରିସି ସାଜି କମ୍ପାନୀ ଜଙ୍ଗଲ ଜମିରେ ବେଆଇନ୍ ଭାବେ ବେଧଡକ୍ ଚଳାଇଛି ପଥର ବ୍ଲାଷ୍ଟିଂ।

ଅଦ୍ୟତନ ହୋଇଛି
Jojanara Na Hariloot

Jojanara Na Hariloot

Advertisment

ଭାରତମାଳା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କାର ପଥର ଲୁଟ୍ । ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ। ନା ଗ୍ରାମସଭା ନା ପ୍ରଦୂଷଣ ବୋର୍ଡ କାହାରି ଅନୁମତି ନାହିଁ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ବାହାର କମ୍ପାନୀ କର୍ତ୍ତୃପକ୍ଷଙ୍କ ଦାଦାଗିରିରେ ଅତିଷ୍ଠ ଅଞ୍ଚଳବାସୀ । ଉମରକୋଟ ବ୍ଲକର କେଶରିବେଡା ଓ ଶୀତଳଡଙ୍ଗରି ଅଞ୍ଚଳରେ ବେଆଇନ୍ ଭାବେ ଦିନ ରାତି ଚାଲିଛି ପଥର ବ୍ଲାଷ୍ଟିଂ। ଫଳରେ ସେଠାରେ ରହୁଥିବା ଲୋକଙ୍କର ଘର ଫାଟିଯାଉଛି । ଶାନ୍ତିରେ ନିଶ୍ୱାସ ମାରି ପାରୁନାହାନ୍ତି ।

Advertisment

କେଶରିବେଡ଼ା ଗାଁର ରାଜୁ ପରଜା, କମଲ ପରଜା ଓ ସନୁ ପରଜାଙ୍କୁ ଜଙ୍ଗଲ ଜମି ଅଧିକାର ଜରିଆରେ ଜମି ପଟ୍ଟା ପ୍ରଦାନ କରିଥିଲା ବନ ବିଭାଗ । ଏହି ଜମିରେ ପୋଖରୀ ଖୋଳୁ ଖୋଳୁ ବାହାରିଥିଲା ପଥର । ଏହି ଖବର ଭାରତମାଳା ପ୍ରକଳ୍ପ କରୁଥିବା P.R.A କମ୍ପାନୀ କର୍ତ୍ତୃପକ୍ଷ ପାଇବା ମାତ୍ରେ ସେଠାରେ ପହଞ୍ଚି ଜୋର ଜବରଦସ୍ତ ପଥର ଖନନ ଓ ବ୍ଲାଷ୍ଟିଂ କରିଥିଲେ । ଏବେ ସେଠାରେ ଶହ ଶହ ମିଟର ଏରିଆକୁ ଖୋଳି ପଥର ଲୁଟୁଛି P.R.A କମ୍ପାନୀ ।

ନିୟମ ଅନୁସାରେ, ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କ ଜାଗାରେ ବ୍ଲାଷ୍ଟିଂ ଓ ପଥର ଖନନ ବେଆଇନ୍ । ତେବେ ଏଠାରେ P.R.A କମ୍ପାନୀ କିଭଳି ଗଭୀର ଗାତ କରି ପଥର ଖନନ କରିଚାଲିଛି ? ଏନେଇ ପଞ୍ଚାୟତରେ କୌଣସି ଗ୍ରାମସଭା ହୋଇଛି କି ? ସ୍ଥାନୀୟ ସରପଞ୍ଚ ଏକଥା ପଚାରିବାରୁ ତାଙ୍କୁ ମଧ୍ୟ ଧମକ ଦିଆଯାଉଛି। ସେପଟେ ଜିଲ୍ଲା ପ୍ରଶାସନର ଅଭୟବର ପାଇ ଏଭଳି କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଫୋନ୍ ଯୋଗେ ସ୍ୱୀକାର ମଧ୍ୟ କରିଛନ୍ତି।

Advertisment

ଭାରତ ସରକାରଙ୍କ ପକ୍ଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ NH ନିର୍ମାଣ ଜାରି ରହିଛି। ତେବେ ରାଇଘର ବ୍ଲକର ହାତୀବେନାଠାରୁ ଉମରକୋଟ ବ୍ଲକର ବଡ଼କୁମାରୀ ପର୍ଯ୍ୟନ୍ତ ୩୨ କିଲୋମିଟର ରାସ୍ତା କାମ P.R.A ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ କରୁଛି । କିନ୍ତୁ ପରିବେଶ ଆଇନକୁ ଦଳିମକଚି, ସ୍ଥାନୀୟ ଜନପ୍ରତିପ୍ରତିନିଧିଙ୍କୁ ଧମକାଇ, ଜିଲ୍ଲା ପ୍ରଶାସନର ହାତବାରିସି ସାଜି ପଥର ଲୁଟିବା ଚିନ୍ତାଜନକ।

ଅମୃତ ସରୋବର ନିର୍ମାଣ ଆଳରେ ଭାରତମାଳା ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ P.R.A କମ୍ପାନୀକୁ ପ୍ରଶାସନ ଅନୁକମ୍ପା ଦେଖାଉଛି କାହିଁକି ? କାହା ଇଙ୍ଗିତରେ ଖୁଲମଖୁଲ୍ଲା ଉଲଂଘନ ହେଉଛି ଜଙ୍ଗଲ ଅଧିକାର ଆଇନ୍ ? ନବରଙ୍ଗପୁର ଉପଜିଲ୍ଲାପାଳ ମାନିଛନ୍ତି, ପଥର ବ୍ଲାଷ୍ଟିଂ ପାଇଁ ଅନୁମତି ନାହିଁ । କମ୍ପାନୀ କର୍ତ୍ତୃପକ୍ଷ କରୁଥିବା ବେନିୟମ କାମର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ନଚେତ୍ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ।

Advertisment
Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ