Advertisment

ବୀମା ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ହେଲମେଟର ଲାଇନ୍‌ !

ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍...

Jharsuguda farmers stand in long queue outside bank to withdraw cash

Jharsuguda farmers stand in long queue outside bank to withdraw cash

Advertisment

ବ୍ୟାଙ୍କ ଆଗରେ ଚାଷୀଙ୍କ ଲମ୍ବା ଲାଇନ୍ । ଚାଷୀଙ୍କ ସହ ଧାଡି ବାନ୍ଧିଛନ୍ତି ଇଟା, ପଥର, ହେଲମେଟ, ଜମା ଖାତା ଓ ବ୍ୟାଗ। ଝାରସୁଗୁଡା ଜିଲ୍ଲା ଲଇକେରା ଏସ୍‌ଡିସିସି ବ୍ୟାଙ୍କରେ ଦେଖିବାକୁ ମିଳିଛି ଏହି ଚିତ୍ର ।ଗ୍ରାହକ ରାତି ୩ଟାରୁ ଆସି ବ୍ୟାଙ୍କ ଆଗରେ ଲାଇନରେ ଛିଡା ହୋଇଛନ୍ତି । ବ୍ୟାଙ୍କ ଖୋଲିଲେ ଚାଷୀ ଟଙ୍କା ଉଠାଣ କରି ଘରକୁ ଯିବେ ଆଉ ଚାଷ କାମରେ ଲାଗିବେ।

Advertisment

ଫସଲ ବୀମା ଟଙ୍କା ଉଠାଣ କରିବା ପାଇଁ ଶତାଧିକ ଚାଷୀ ବ୍ୟାଙ୍କ ଆଗରେ ଏଭଳି ଭିଡ ଜମାଇଛନ୍ତି । ଖରାରେ ଦୀର୍ଘ ସମୟ ଛିଡା ହେବା ସମ୍ଭବ ହେଉ ନଥିବାରୁ ଲୋକେ ଏଭଳି ଲମ୍ବା ଲାଇନ୍ ଲଗାଇଛନ୍ତି ।

ସୂଚନା ଅନୁସାରେ, ୩ ବ୍ଲକ ଲଇକେରା, କୋଲାବିରା ଏବଂ କିର୍ମ୍ମିରା ଆଦିର ହଜାର ହଜାର ଚାଷୀ ଚାଷ କାମ ପାଇଁ ଏକା ସାଙ୍ଗରେ ଟଙ୍କା ନେବାକୁ ଆସୁଥିବାରୁ ଏଭଳି ଭିଡ ରହୁଛି । ତେଣୁ ନମ୍ବରିଂ କରି ଚାଷୀଙ୍କ କାମ ଚାଲିଛି । ତେବେ ଗୋଟିଏ କାଉଂଟର ଥିବାରୁ ସାମାନ୍ୟ ଅସୁବିଧା ହେଉଛି । ତେବେ ଏନେଇ ଶାଖା ପରିଚାଳକ କହିଛନ୍ତି ଯେ, ଭିର୍ତ୍ତିଭୂମିର ବିକାଶ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି ।

Advertisment

Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ