ପୁରୀ ସମୁଦ୍ରରେ ସ୍ନାନ ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ ସମୁଦ୍ରରେ ସ୍ନାନର ମଜା ଉଠାଉଥିବା ୫ ପର୍ଯ୍ୟଟକ ଜେଲି ଫିସ୍ ଦଂଶନରେ ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି। ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Jellyfish scare

ପୁରୀ ସମୁଦ୍ରରେ ସ୍ନାନ ବେଳେ ୫ଜଣ ପର୍ଯ୍ୟଟକ ଆହତ । ପର୍ୟ୍ୟଟକମାନେ ଜେଲି ଫିସ୍ ସଂସ୍ପର୍ଶରେ ଆସି ଆହତ ହୋଇଥିବା ସନ୍ଦେହ କରାଯାଉଛି । ସମସ୍ତ ଆହତଙ୍କୁ ପୁରୀର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଚୈତନ ଛକ ବେଳାଭୂମି ସମୁଦ୍ରଠାରୁ ଲାଇଟହାଉସ ବେଳାଭୂମି ସମୁଦ୍ରରେ ଗାଧୋଉଥିଲେ । ଜେଲିଫିସର ଲାଳ ଲାଗିବା ଫଳରେ ଦେହ ହାତ ଜଳା ପୋଡା ହେଉଥିବା କହିଛନ୍ତି । ଆହତମାନଙ୍କ ଘର ପଶ୍ଚିମବଙ୍ଗ ଏବଂ ଓଡିଶାର ବୋଲି ସୂଚନା ମିଳିଛି ।

ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗର। ସେମାନେ ହେଲେ ବିଶାଖା ଚକ୍ରବର୍ତ୍ତୀ, ବାଦଲ କିଶାନ, କସ୍ତୁରୀ ହେମ୍ରମ୍ବ, ଅଭିଶେକ ବାନାର୍ଜୀ, ସୋମାଲି ଗାଙ୍ଗୁଲି, କିଶାନ ସାହୁ, ମୃଣମୟ ସାହୁ।