ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବେଆଇନ ଖନନ ଅଭିଯୋଗ ପ୍ରସଙ୍ଗରେ ଟୁଇଟ୍ ଯୋଗେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରିବାକୁ ସେ କହିଛନ୍ତି । ରାଜ୍ୟ ଅନ୍ତତଃ ପକ୍ଷେ ଏବେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଉ ବୋଲି ସେ କହିଛନ୍ତି । ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ନିର୍ମାଣ କାମ ବନ୍ଦ କରାଯାଉ ବୋଲି ବୈଜୟନ୍ତ ଟ୍ୱିଟ୍ରେ କରିଛନ୍ତି ।
Also Read
ଗତକାଲି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ଚିଠି ସହ ଟ୍ୱିଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବୈଜୟନ୍ତ ପଣ୍ତା । ଏଏସ୍ଆଇ ଦେଇଥିବା ଚିଠି ଦେଖାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଥିଲେ କି ବେଆଇନ୍ କାମ କାହିଁକି ବନ୍ଦ କରାଯାଇ ନାହିଁ ବୋଲି ସେ ପ୍ରଶ୍ମ କରିଛନ୍ତି ।
ସାରା ରାଜ୍ୟରେ ଏବେ ଶ୍ରୀମନ୍ଦରକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦୁଇ ଦିନ ହେବ ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣ ପ୍ରସ୍ଥଙ୍ଗ ଏବେ ଦିଲ୍ଲୀରେ ପହଞ୍ଚିଛି । ଆଉ ଏହାକୁ ନେଇ ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବେ ଆକ୍ସନ ମୋଡ୍ରେ ଥିବାର ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।
ଅପରାଜିତା ନିଜ ଟ୍ୱିଟ୍ ଯୋଗେ ପୁଣି ଥରେ ସରକାରଙ୍କ ମିଛ ବାହାନାକୁ ପଦାରେ ପକାଇବାକୁ ଚେଷ୍ଟା କରିଥିଲେ । ସେ କହିଛନ୍ତି ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ନିର୍ମାଣ କାମ ବନ୍ଦ ରଖିବାକୁ ASIର ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅନୁପାଳନ ହୋଇନାହିଁ । କାମ ବନ୍ଦ କରିବାକୁ ଗତ ଫେବ୍ରୁଆରୀ ୫ରୁ ASI ଚିଠି ଲେଖିଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏଁ କାମ ବନ୍ଦ କରିନାହାନ୍ତି ।
ଅପରାଜିତା ASI ଚିଠିକୁ ନିଜ ଟ୍ୱିଟ୍ ସହ ଯୋଡ଼ି କାହିଁକି କାମ ବନ୍ଦ ହୋଇନି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଜଗନ୍ନାଥ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସ୍ୱାଗତ କରୁଛୁ । ଆଇନକୁ ଉଲ୍ଲଂଘନ କରି କିଛି କରା ନଯାଉ ବୋଲି ସେ ବାରମ୍ବାର କହୁଛନ୍ତି । ଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ । ଏହା ଆମ ସମସ୍ତଙ୍କ ଆସ୍ଥାର କେନ୍ଦ୍ର ଏବଂ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଅନ୍ୟପଟେ ପୂର୍ବରୁ ଅପରାଜିତା କହିଥିଲେ ଐତିହ୍ୟ ସ୍ଥଳର ନିଷିଦ୍ଧାଞ୍ଚଳରେ ନିର୍ମାଣ ହେଲେ ASI ଅନୁମତି ଲୋଡ଼ା । ୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ।