Advertisment

ବିପଦ ସଙ୍କେତ ଟପିଲା ଜଳକା ନଦୀ

ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ମଥାନୀ ଠାରେ ଜଳକା ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି।

Jalaka river crosses danger mark

Jalaka river crosses danger mark

Advertisment

ଫୁଲୁଛି ଜଳକା ନଦୀ। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନୀ ଠାରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ମଥାନୀ ଠାରେ ଜଳକା ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ ହେଉଛି।

Advertisment

ଅନ୍ୟପକ୍ଷେ, ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ୧୩ ତାରିଖ ରାତି, ୧୪ ତାରିଖ ସାରା ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। 

IMDର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି, ୧୪ରେ ପ୍ରଥମେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୫ରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଏପରିକି ଏହି ସମୟରେ ଉପକୂଳ ଜିଲ୍ଲାରେ ୧୫୦ ମିଲିମିଟର ବର୍ଷା ବି ହୋଇପାରେ।

Advertisment

କଟକ ଓ ଭୁବନେଶ୍ୱରରେ ବି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୧୫ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମିପାରେ।

Rain In Odisha Flood Jalaka River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ