Advertisment

ତପସ୍ୱିନୀଙ୍କ ପରେ ଡଲିସ୍ମିତା: ହକ ପାଇଁ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ସ୍ତ୍ରୀ

ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି

ଅଦ୍ୟତନ ହୋଇଛି
Dolly

Dolly

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବଜାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ବିବାହିତ ମହିଳା ନିଜର ହକ ପାଇବା ପାଇଁ ସ୍ୱାମୀଙ୍କ ଦୋକାନ ସମ୍ମୁଖରେ ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ, ବରୀ ବ୍ଲକ ବାଇଁଶିରିଆ ପଂଚାୟତ ମାଳଦା ଗ୍ରାମର ରାହାସ ବିହାରୀ ସାହୁଙ୍କ ଝିଅ ଡଲିସ୍ମିତା ସାହୁ ଗତ ୧୨/୩/୨୦୨୦ ମସିହାରେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅରବିନ୍ଦ ସାହୁଙ୍କ ସହିତ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ବିବାହ କରିଥିଲେ । ତେବେ ବିବାହର ୪ ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ସ୍ତ୍ରୀ ନିଜ ବାପ ଘରେ ବିଧବା ମାଙ୍କ ସହିତ ରହୁଛନ୍ତି ।

Advertisment

ତେବେ ମହିଳା ଜଣକ ଭରଣପୋଷଣ ଦାବି କରୁଥିଲେ ମଧ୍ୟ ସ୍ୱାମୀ ଭରଣ ପୋଷଣ ଦେବାକୁ ମନା କରୁଛନ୍ତି । ଏବେ ତାଙ୍କ ସ୍ୱାମୀ ଅରବିନ୍ଦ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଡଲିସ୍ମିତା ନ୍ୟାୟ ପାଇବା ପାଇଁ ଆଜି ଜାରକା ବଜାରରେ ପହଞ୍ଚିଥିଲେ। ସ୍ୱାମୀଙ୍କ ଲୁଗା ଦୋକାନ ସମ୍ମୁଖରେ ମାଆଙ୍କ ସହିତ ଧାରଣାରେ ବସିଛନ୍ତି ଡଲିସ୍ମିତା । ନ୍ୟାୟ ନପାଇବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ ବିବାହ ବିଚ୍ଛେଦ ନେଇ କୋର୍ଟରେ କେଶ ଚାଲିଥିବା ବେଳେ ମହିଳା ଜଣକ ଆଜି ଆସି ଦୋକନରେ ବସି ଗାଳିଗୁଲଜ କରୁଥିବା ନେଇ ଦୋକାନ ମାଲିକ ତଥା ଅରବିନ୍ଦଙ୍କ ବଡଭାଇ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଜଣାଇବା ପରେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୋକାନକୁ ବନ୍ଦ କରିବା ସହ ମହିଳା ଓ ତାଙ୍କ ମାଆଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ ଚଳାଇଛି ।

Advertisment

ଯାଜପୁରର ଗୁଲାମ ଗସ୍‌ଙ୍କ ରିପୋର୍ଟ...

Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ