ଗ୍ରୀନ ମାଉଣ୍ଟେଟନର ଏହି ନିଆରା ଗାଁ, କଣ ରହିଛି ଏହାର ରହସ୍ୟ

ଗ୍ରୀନ୍‌ ମାଉଣ୍ଟେନ୍ ବିଷୟରେ କିଛି ଜାଣିଛନ୍ତି । ଏହା ନିଜ ଭିତରେ ହିଁ ଏକ ନିଆରା ସ୍ଥାନ । ତେବେ ଏହି ମାଉଣ୍ଟେଟନରେ ରହିଛି ଏକ ଗାଁ । ଯାହା ବିଚିତ୍ରର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଗ୍ରୀନ ମାଉଣ୍ଟେଟନ ଓ ଏହାର ନିଆରା ଗାଁ । କଣ ରହିଛି ରହସ୍ୟ ଓ ବିଶେଷତ୍ତ୍ୱ...

Jabal-al-Akhdar or Green Mountain

News Summary

'ଜବାଲ-ଅଲ୍‌-ଅଖଦାର',ଏହି ଗାଁଟି ସମ୍ପୂର୍ଣ୍ଣ ଏକାକୀ

ଓମାନର ପାହାଡ ଚଟ୍ଟାଣରେ ଗତ ୫ଶହ ବର୍ଷରୁ ଅଧିକ ସମୟ ଧରି ଏକ ଜନଜାତି ଏକାକୀ ଜୀବନ ବିତାଉଛି । ମସ୍କଟର ବଲୁଆ ତଟଠାରୁ ୧୯୫ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଓମାନର ମୈଦାନୀ ଅଂଚଳରେ ଚୁନା ପଥର ଗୁଡିକ ଏକ ଉଚ୍ଚ ପାହାଡରେ ବଦଳିଯାଇଛି । ୨ହଜାର ୯୮୦ ମିଟର ଉଚ୍ଚ ଏହି ପାହାଡ 'ଜବାଲ-ଅଲ୍‌-ଅଖଦାର' ବା ଗ୍ରୀନ ମାଉଣ୍ଟେନ୍  ଭାବେ ମଧ୍ୟ ଜଣାଶୁଣା ।

ଅଙ୍କାବଙ୍କା ଘାଟୀ ଓ ଗଭୀର ଗାତରେ ଭରପୁର ଏହି ଦେଶ ଏକ ସୁଦୂର ଗାଁ । ରାସ୍ତା ସରିବା ପରେ ଆଗକୁ ଆପଣଙ୍କୁ ଚାଲି ଚାଲି ଯିବାକୁ ପଡିବ । ନଚେତ୍‌ ଗଧ ବା ଅଲଟ୍ରନ୍ ନାମକ ଗାଡିରେ ଆପଣ ଯାତାୟତ କରିପାରିବେ । ୨୦ କିଲୋମିଟରର ଅଙ୍କାବଙ୍କା ରାସ୍ତା ଯିବା ପରେ ପାହାଡ ପାଖରେ କିଛି ନିଆରା ଘର ଦେଖିବାକୁ ପାଇବେ । ଏହି ଘର ଗୁଡିକୁ ଦେଖିଲେ ଲାଗେ ଯେପରି ଏହା ପବନରେ ଝୁଲିଛି । ଆଉ ସେହି ଠାରେ ରହିଛି ଏକ ଭିନ୍ନ ଗାଁ ଅଲ ସୋଗାରା ।

ଏହି ଗାଁକୁ ପାହାଡକୁ କାଟି ନିର୍ମାଣ କରାଯାଇଥିଲା । ଯେଉଁଠାରେ ଲୋକମାନେ ଗତ ୫୦୦ ବର୍ଷରୁ ଅଧିକ ସମୟରୁ ରହି ଆସୁଛନ୍ତି । ଏହି ଗ୍ରୀନ ମାଉଣେ୍ଟନକୁ ଓମାନର ଏକ ଅଦ୍ଭୁତ ପରିଦୃଶ୍ୟର ଆଖ୍ୟା ଦିଆଯାଇଛି । କିନ୍ତୁ ଏହି ଅଲ୍‌ ସୋଗାରା ଗାଁରେ ପହଁଚିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ସହଜ ନୁହେଁ । ତେଣୁ ଖୁବ୍‌ କମ୍‌ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିପାରନ୍ତି ।

Jabal-al-Akhdar or Green Mountain

୨୦୦୫ ପର୍ଯ୍ୟନ୍ତ ଏହି ପାହାଡି ଶୃଙ୍ଖଳାକୁ ବିଦେଶୀ ମାନଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଥିଲା । କାରଣ ସେଠାରେ ଓମାନ ସରକାରଙ୍କ ସୈନ୍ୟ ମାନେ ରହୁଥିଲେ । ମୁଖ୍ୟ ମାର୍ଗରୁ ଏହି ଗାଁରେ ପହଁଚିବାକୁ ହେଲେ ପ୍ରାୟତଃ ୨୦ ମିନିଟ ସମୟ ଲାଗେ । ଏହି କେ୍ଷତ୍ରରେ ଏଭଳି ଅନେକ ଗାଁ ରହିଛି । କିନ୍ତୁ ଅଲ ସୋଗାରା ସବୁଠାରୁ ପୁରୁଣା ଓ ଆଜି ବି ଏଠାରେ ଲୋକମାନେ ରହୁଛନ୍ତି ।

ଏହି ଗାଁଟି ସମ୍ପୂର୍ଣ୍ଣ ଏକାକୀ । ୨୦୦୫ ପୂର୍ବରୁ ଏଠାରେ ବିଜୁଳି କିମ୍ବା ଫୋନର କୌଣସି ସୁବିଧା ନଥିଲା । ଆଉ ଏହାର ସବୁଠାରୁ ପାଖ ସଡକ ମଧ୍ୟ ୧୫ କିଲୋମିଟର ଦୂରରେ । ପରିବହନ କାମ ଏଠାରେ ଗଧ ବା ଖଚ୍ଚର ଦ୍ୱାରା କରାଯାଏ । କିନ୍ତୁ ୨୦୦୫ରେ କିଠି ଜୁଗାଡୁ ଗାଁ ଲୋକମାନେ ଯାନାବାହନର ସୁବିଧା କରାଇ ନେଇଥିଲେ ।

ସ୍ଥାନୀୟ ଲୋକମାନଙ୍କ ଅନୁଯାୟୀ ଠାରେ ଜନସଂଖ୍ୟା ୪୫ରୁ ଅଧିକ କେବେ ହୋଇପାରିନାହିଁ । ସ୍କୁଲ୍‌ ନଥିବାରୁ ପୁରୁଣା ପିଢି ଘରେ ରହି ପାଠ ପଢିଥିଲେ । କିନ୍ତୁ ୧୯୭୦ ଦଶକରେ ପିଲାମାନେ ୧୪ କିଲୋମିଟର ଦୂର ସହରର ସ୍କୁଲକୁ ଯିବା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ମତରେ ସେମାନଙ୍କ ଆନ୍ତରିକ ଭାବ ରହିଛି ଏହି ଗାଁ । ଏହା ସହିତ ଲୋକମାନେ ଏଠାରେ ଭିନ୍ନ କିନ୍ତୁ ସେମାନେ ସମସେ୍ତ ନିଜ ମାତୃଭୂମିକୁ ସବୁବେଳେ ଭଲପାଇଥାଆନ୍ତି ।

ବର୍ତ୍ତମାନ ସେଠାରେ ଅଲଶରିକି ଜନଜାତିର ୫ଟି ପରିବାର ବସବାସ କରନ୍ତି । ଏହି ପୁରା ସମୁଦାୟ ଜୋର୍ଡନଠାରୁ ୧ ହଜାର ବର୍ଷ ପୂର୍ବରୁ ଏଠାକୁ ଆସିଥିଲା ଓ ସମସ୍ତେ ଏଠାରେ ରହିଗଲେ । ସେ ସମୟରେ ଏଠାରେ ୨୫ଟି ଗାଁର ଲୋକମାନେ ରହୁଥିଲେ । ଗାଁ ଛୋଟ ତେଣୁ ଏଠାରେ ରହୁଥିବା ଜନସଂଖ୍ୟା ମଧ୍ୟ କମ୍‌ । ଏହି ଲୋକମାନଙ୍କ ମତ ଅନୁଯାୟୀ ସେମାନଙ୍କ ପୂର୍ବଜମାନେ ଏଠାରେ ବାହାରୁ ଭିତରକୁ ଦ୍ୱାର ବନାଇଥିଲେ । ସେମାନେ ବେଶ୍‌ ପ୍ରାଚୀନ ପଦ୍ଧତିରେ ଘର ନିର୍ମାଣ କରାଇଥିଲେ । ଆଉ ସେହି କଳା ଏବେ ବି ଜାରି ରହିଛି ।

ଚଟ୍ଟାଣ ଗୁଡିକୁ କାଟି ଏହି ଘର ଗୁଡିକର ନିର୍ମାଣ କରାଯାଇଛି । ଭିତରୁ ଏହି ଘର ଗୁଡିକ ଗୁମ୍ଫା ଭଳି । ସମୁଦ୍ର ତଟଠାରୁ ୨୭୦୦ ମିଟର ଉପରେ ଥିବା ଏହି ଅଲ ସୋଗାରା ଗାଁରେ ନିୟମିତ ଭାବେ ହିମପାତ ହୋଇଥାଏ । ଅର୍ଥାତ୍‌ ଏଠାରେ ଭୀଷଣ ଥଣ୍ଡା ପଡିଥାଏ । ତେଣୁ ଲୋକମାନେ ଚୁନା ପଥର ଓ ଚିକିଟା ମାଟିରେ ଘରର ବନାଇଥାଆନ୍ତି । ଯାହା ଶୀତରୁ ଓ ଗରମରୁ ରକ୍ଷା ଦେଇପାରେ । ଏହି ଗ୍ରାମବାସୀ କେବଳ ଯେ, ପାହାଡ କାଟି ଘର ବନାଉଥିଲେ ତାହା ନୁହେଁ ବରଂ ଏହି ଘର ଗୁଡିକରେ ସେମାନେ ଗୃହ ପାଳିତ ପଶୁମାନଙ୍କୁ ବି ରଖୁଥିଲେ । ସେମାନଙ୍କ ବିଶ୍ୱାସ ପଶୁ ପାଳିବା ଅର୍ଥ ଘରେ ସମୃଦ୍ଧି ହେବା । ଯାହା ପାଖରେ ଯେତେ ଅଧିକ ଗୃହପାଳିତ ପଶୁ ସେତେ ଅଧିକ ସମ୍ପନ୍ନତା ରହିଛି ।

ଏଠାରେ ଜଳସେଚନ ପ୍ରଣାଳୀକୁ ବେଶ୍‌ ବିକଶିତ କରାଯାଇଥିଲା । ଯାହାକୁ ଅଫ୍ଲାଜ କୁହାଯାଏ । ଏଠାରେ ଅନେକ ପ୍ରକାରର ଚାଷ କାର୍ଯ୍ୟ କରାଯାଏ । ଯେପରିକି ଅନାର, ଖଜୁରୀ, ନାଶପାତି, କମଳା, ଅଂଜିର, ରସୁଣ, ପିଆଜ ତଥା ଅନ୍ୟାନ୍ୟ ପନିପରିବା ଚାଷ କରାଯାଏ । ସେ ସମୟରେ ମଧ୍ୟ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କିନ୍ତୁ ଧୀରେ ଧୀରେ ଲୋକମାନେ ସହର ମୁହାଁ ହେବା ପରେ ଏହି ଗାଁଟି ଜନଶୂନ୍ୟ ହେବାକୁ ଲାଗିଲା । ଏଠାରେ କାମ ତଥା ଚାକିରିର ଅଭାବ କାରଣରୁ ଅନେକ ଲୋକ ଏହି ଗାଁ ଛାଡି ଚାଲିଗଲେ । ଆଉ ବର୍ତ୍ତମାନ ପ୍ରକୃତି କୋଳରେ ଥିବା ଏହି ଘର ଜନଶୂନ୍ୟ ହୋଇ ଇତିହାସରେ ସୀମିତ ହୋଇଯିବାକୁ ବସିଲାଣି । ତେଣୁ ଏହାର ରକ୍ଷଣାବେକ୍ଷଣ ଜରୁରୀ ହୋଇପଡିଛି ।