Advertisment

ଖୋଲିବ କି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ?

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।

Ratna Bhandar Of Puri Jagannath Temple

Ratna Bhandar Of Puri Jagannath Temple

Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ ଅଜୟ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଚିଠି ଆସିଥିଲେ ମଧ୍ୟ ଏହା ପରିଚାଳନା କମିଟିରେ ଉପସ୍ଥାପନ ହେବ। ପରିଚାଳନା କମିଟିରେ ଯାହା ନିଷ୍ପତ୍ତି ନିଆଯିବ ତାହା ଆଇନ ବିଭାଗକୁ ଜଣାଇ ଦିଆଯିବ। ଏହାପରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Advertisment

ପରିଚାଳନା କମିଟିର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ ପ୍ରଶାସକ କହିଛନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ASI ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଚଳିତ ମାସ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ASI ସୁପରିଟେଣ୍ଡେଣ୍ଟ ଚିଠି ଲେଖିଛନ୍ତି। 

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା। ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ASI ସୁପରିଟେଣ୍ଡେଣ୍ଟ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଆଇନ୍ ବିଭାଗ ଏବଂ ASI ଡିଜିଙ୍କୁ ମଧ୍ୟ ଚିଠି ଲେଖାଯାଇଛି।

Advertisment
Puri Jagannath Temple Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ