Advertisment

ସତ ହୋଇଥିଲେ ସାଙ୍ଘାତିକ : ଭୂତ ନେଉଛି କି ପିଡିଏସ ସାମଗ୍ରୀ ?

ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...

Irregularities in distribution of PDS rice

Irregularities in distribution of PDS rice

Advertisment

ପଦାରେ ପଡିଲା ଯୋଗାଣ ବିଭାଗର ଚଂଚକତା। ପଂଚାୟତସ୍ତରରେ ଭୂତ ନାଁରେ ଉଠୁଛି ପିଡଏସ ସାମଗ୍ରୀ। ଏମିତି ୫ ବର୍ଷ ହେଲାଣି ଭୂତ ରାସନକାର୍ଡଧାରୀ ନେଉଛନ୍ତି ଚାଉଳ। ବୌଦ୍ଧ ଜିଲ୍ଲା ଲୁଣିବାହାଲ ପଂଚାୟତରୁ ଆସିଛି ଏମିତି ପୁଳା ପୁଳା ଅଭିଯୋଗ। ମଧୂସୁଦନପୁର ଗାଁର ଅଶୋକ ପ୍ରଧାନ ୨୦୧୭ ମସିହାରୁ ପ୍ରାଣ ହରାଇଥିଲେ ମଧ୍ୟ ଆଜକୁ ୫ ବର୍ଷ ହେବ ଯୋଗାଣ ବିଭାଗ ରେକର୍ଡରେ ତାଙ୍କ ନାମରେ ଚାଉଳ ଉଠାଣ ହୋଇଥିବା ଜଣାପଡିଛି।

Advertisment

କେବଳ ଅଶୋକ ନୁହଁନ୍ତି, ସେହିଭଳି କଣ୍ଟିଆପଦର ଗାଁର ବନମାଳୀ ମଲ୍ଲିକଙ୍କ ସ୍ତ୍ରୀ ଗତ ଡିସେମ୍ବର ମାସରେ ମୃତ୍ୟୁ ବରଣ କରିଛନ୍ତି। ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ୨ ହଜାର ଟଙ୍କା ସହାୟତା ମିଳିଛି। ହେଲେ ୫ ମାସ ପରେ ବି ତାଙ୍କ ନାମରେ ଚାଉଳ ଉଠୁଛି।

ଖାଲି ଏତିକି ନୁହେଁ, ଲୁଣିବାହଲ ପଂଚାୟତରେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ପଡିଏସ ସାମଗ୍ରୀ ଭୂତ ନେଉଥିବା ଅଭିଯୋଗ ହେଉଛି। ସେହିପରି ଯୁବରାଜପୁର ଗାଁର ଅସହାୟ ମହିଳା ସରସ୍ୱତୀ ନାଏକଙ୍କ ନାମରେ ଅନ୍ତୋଦୟ କାର୍ଡ ପଞ୍ଜିକୃତ କରାଯାଇ ହିତାଧିକାରୀଙ୍କ ଅଜାଣତରେ ପ୍ରତ୍ୟେକ ମାସରେ ୩୫ କେଜି ଚାଉଳ ହରିଲୁଟ ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ସଠିକ ତଦନ୍ତ କରାଗଲେ ଅସଲ କଥା ପଦାକୁ ଆସିବ ବୋଲି କୁହାଯାଉଛି।

Advertisment

ଲୁଣିବାହଲ ପଂଚାୟତର ମହାଘୋଟାଲା ନେଇ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ ଚାରି ଜଣିଆ ଟିମ୍ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଲୁଣିବାହଲ ପଂଚାୟତରେ ନୂଆ ସରପଂଚ ଦାଇତ୍ୱ ନେବା ପରେ ଏମିତି ନୂଆ ନୂଆ ଅଭିଯୋଗ ପଦାକୁ ଆସୁଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ଦୁର୍ନୀତି ପଦାକୁ ଆସି ପାରିବ।

ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ, ଓଟିଭି।

PDS Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ