ବୟସ ଖୁବ୍ କମ୍... ହେଲେ ବାଇକ୍ ଚଳାଉଛି ବାଳକ...ଦେଖନ୍ତୁ ଭିଡିଓ...

ବୟସ ଖୁବ୍‌ କମ୍... ହେଲେ ବାଇକ୍‌ ଚଳାଉଛି ବାଳକ । ଦେଖନ୍ତୁ ଏହି ଭିଡିଓକୁ... ଗାଡ଼ିରେ ବସିବା ପରେ ପିଲାଟିର ଗୋଡ଼ ତଳକୁ ଠିକ୍‌ ସେ ବି ଲାଗୁନି । ହେଲେ ନିଜେ ବାଇକ୍‌ ଚଳାଇବା ସହ ପଛରେ ଅନ୍ୟ ଜଣେ ବାଳକକୁ ବସାଇଛି ।

minors riding bike

ଟ୍ରାଫିକ ନିୟମାବଳୀ ଅନୁଯାୟୀ, ୧୮ ବର୍ଷରୁ କମ୍ ବ୍ୟକ୍ତିବିଶେଷଙ୍କୁ ମୋଟର ଯାନ ଚଳାଇବାକୁ ବାରଣ କରାଯାଇଛି । ଏପରିକି ବାଇକ୍‌ ଚଳାଇବା ସମୟରେ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ହେଲେ ଏଠାରେ ଦେଖିବାକୁ ମିଳିଛି ଅନ୍ୟକିଛି । ଯାହାକି ସାଧାରଣ ଲୋକଙ୍କୁ ଚକିତ କରିଛି । କାରଣ ଭିଡିଓରେ ଦେଖାଯାଉଥିବା ବାଇକ୍‌ ଚାଳକ ନାବାଳକ ହୋଇଥିବାବେଳେ ଏକୁଟିଆ ନୁହେଁ ବରଂ ଦୁଇଜଣ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି ଆଇପିଏସ୍ ଅଧିକାରୀ ପଙ୍କଜ ନେନ୍‌ । ଭିଡିଓ ସେୟାର କରି ପଙ୍କଜ ସଡ଼କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିବା ସହ ଅଭିଭାବକଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି । ପଙ୍କଜ ଲେଖିଛନ୍ତି ଏହା ବିପଦଜ୍ଜନକ ହୋଇପାରେ... ଅଭିଭାବକମାନେ ପିଲାମାନଙ୍କ ଯତ୍ନ ନିଅନ୍ତୁ ।

ଆଇପିଏସ୍ ଅଧିକାରୀ ପଙ୍କଜ ନେନ୍‌ଙ୍କ ଏହି ଭିଡିଓରେ ଅନେକ ୟୁଜର୍ସ ନିଜର ମତାମତ ଦେବା ସହ ପିଲାମାନଙ୍କ ଏପରି ବାଇକ୍‌ ଚାଳନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।