Advertisment

IPS ସ୍ତରରେ ଅଦଳବଦଳ, ଏସ୍.ସୁଶ୍ରୀ ଭୁବନେଶ୍ୱରର ନୂଆ ଟ୍ରାଫିକ୍ ଡିସିପି

ରାଜ୍ୟ ସରକାର ଆଜି ବରିଷ୍ଠ ପୋଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି।

IPS Reshuffle

IPS Reshuffle

Advertisment

ଆଇପିଏସ୍ (IPS) ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ମାଲକାନଗିରି ଜିଲ୍ଲାର ନୂଆ ଏସ୍‌ପି ଭାବେ ତାଳଚେର ଏସ୍‌ଡିପିଓ ନିତେଶ୍ ୱାଧୱାନିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନର ଏସ୍‌ପି ପ୍ରହ୍ଲାଦ ସହାୟୀ ମୀନାଙ୍କୁ ଏଆଇଜି ହେଡ୍‌କ୍ୱାର୍ଟରକୁ ବଦଳି କରାଯାଇଛି ।

Advertisment

ସେହିପରି କେସିଙ୍ଗା ଏସ୍‌ଡିପିଓ ଏସ୍.ସୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତ କରାଯାଇଛି । ଅଭିଳାଷ ଜି.ଙ୍କୁ ଏସ୍‌ଟିଏଫ୍ ନାର୍କୋଟିକ୍ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମାୟାଧର ସେଠୀ ଭୁବନେଶ୍ୱର ଡିସିପି କ୍ରାଇମ ଏବଂ ମାଧୁରୀ ସାମଲ ସିଆଇଡି କ୍ରାଇମବ୍ରାଞ୍ଚ ଏସ୍‌ପି ହୋଇଛନ୍ତି ।

ଭୁବନେଶ୍ୱର ଟ୍ରାଫିକ ଡିସିପି ଓପିଏସ୍ ମାୟାଧର ସେଠୀଙ୍କୁ ଡିସିପି, କ୍ରାଇମ ଭାବେ ବଦଳି ହୋଇଛି । ସେହିପରି ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ମାଲକାନଗିରି ଏସଡିପିଓ ଜି. ଅବିଳାଶଙ୍କୁ ଏସଟିଏଫରେ ନାର୍କୋଟିକ୍ସ ଏସପି ଭାବେ ବଦଳି କରାଯାଇଛି । ସେଠାରେ ଥିବା ଓପିଏସ୍ ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଂଚ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

Advertisment

ତେବେ ମାଲକାନଗିରି ଏସପି ଶ୍ରୀ ମୀନାଙ୍କୁ ଗତ ବର୍ଷକ ମଧ୍ୟରେ ୩ଥର ବଦଳି କରାଯିବାକୁ ନେଇ ପୋଲିସ ପ୍ରଶାସନରେ ଚର୍ଚ୍ଚା ଜୋର ଧରିଛି । ମାଲକାନଗିରିରେ SDPO ଭାବେ କାର୍ଯ୍ୟ କରିଥିବା ଶ୍ରୀ ମୀନାଙ୍କୁ ୨୦୨୦ ଡିସେମ୍ବର ଶେଷ ସପ୍ତାହରେ ଏସପି ଭାବେ ପଦୋନ୍ନତି ଦିଆଯାଇ ନବରଙ୍ଗପୁରର ଏସପି କରାଯାଇଥିଲା । କିନ୍ତୁ ୬ମାସ ନପୁରୁଣୁ ୨୦୨୧ ଜୁଲାଇ ମାସରେ ତାଙ୍କୁ ପୁଣିଥରେ ମାଲକାନଗିରି ଏସପି ଭାବେ ବଦଳି କରାଗଲା । ତେବେ ମାଲକାନଗିରିରେ ସାମ୍ବାଦିକମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତାଙ୍କୁ ମହଙ୍ଗା ପଡ଼ିଛି । ଏହି ଯୁବ ଆଇପିଏସଙ୍କୁ ଆଜି ପୋଲିସ ହେଡକ୍ୱାର୍ଟରରେ ଆଇଜି ଭାବେ ଅବସ୍ଥାପିତ କରାଯାଇ କେବଳ କ୍ଲରିକାଲ ଜବ୍ କରିବା ନିମନ୍ତେ ଅଘୋଷିତ ଦଣ୍ଡ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ