ପାରାଦୀପରେ ଜାହାଜରୁ କୋକେନ ମିଳିବା ଘଟଣାରେ ଜୋରଦାର ତଦନ୍ତ ଚାଲିଛି । ଜାହାଜର କ୍ରିଉ ମେମ୍ବରଙ୍କୁ ମାରାଥନ ଜେରା ସାଙ୍ଗକୁ ସ୍କୁବା ଡାଇଭର ମଧ୍ୟ କୋକେନ ଖୋଜିବାରେ ଲାଗିଛନ୍ତି । ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ନିମ୍ନ ଭାଗ ଯାଞ୍ଚ କରିଛନ୍ତି ।
୧୧ ଦିନ ହେଲାଣି କ୍ରିଉ ମେମ୍ବରଙ୍କୁ ଅଟକ ରଖି ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । କୋକେନ ସ୍ମଗ୍ଲିଂ ପଛରେ କ୍ରିଉ ମେମ୍ବର ଓ କ୍ରେନ ଅପରେଟରଙ୍କ ହାତଥିବା ସନ୍ଦେହ ଘନୀଭୂତ ହୋଇଛି । କଷ୍ଟମ୍ସ, ଏନସିବି, ଫୋରେନ୍ସିକ ଏବଂ ସ୍ନିଫର ଡଗ୍ ସ୍କ୍ୱାଡ୍ଙ୍କ ସହାୟତାରେ ତଦନ୍ତ ଆଗକୁ ବଢ଼ିଛି ।
ଏବେ ତଦନ୍ତକାରୀ ସଂସ୍ଥାର ସନ୍ଦେହ ଘେରରେ ଅଛନ୍ତି ୩ ଭିଏତନାମୀ କ୍ରିଉଙ୍କ ସମେତ ୧୦ ଜଣ । ସେମାନଙ୍କ ମଧ୍ୟରୁ ୬ ଜଣ କ୍ରେନ ଅପରେଟର ଏବଂ ଏକ ଷ୍ଟିଭେଡର୍ସ ସଂସ୍ଥାର ଜଣେ ମ୍ୟାନେଜର ସମକକ୍ଷ ଅଧିକାରୀ ବି ସାମିଲ ଥିବା ସୂଚନା ମିଳିଛି। ହେଲେ ଏ ନେଇ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।