Highcourt
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି। ଏନେଇ ଭାରତୀୟ ବିକାଶ ପରିଷଦ ଇଣ୍ଟରିମ୍ ଆପ୍ଲିକେସନ ଦେଇଛି। ମୂଳ ମାମଲାରେ ଏହି ସଂଗଠନ ସାନି ଆବେଦନ ଯୋଡ଼ିଛି।
ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି, ହାଇକୋର୍ଟରେ ମାମଲା ଦାୟର ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୀଡ଼ିତାଙ୍କ ବାପା ମଧ୍ୟ ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ଦାବି କରିଛି।
ଏହାସହ ଡିଆଇଜି, ବଲାଙ୍ଗିର ଏସ୍ପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ପାଇଁ ଅନୁରୋଧ କରାଯାଇଛି। ଅପରାଧୀଙ୍କୁ ଖସାଇବା ପାଇଁ ଉଭୟ ଷଡ଼ଯନ୍ତ୍ରରେ ସାମିଲ ଥିବାର ଅଭିଯୋଗ ହୋଇଛି ବୋଲି ଭାରତୀୟ ବିକାଶ ପରିଷଦ କହିଛି। ତେଣୁ ଉଭୟଙ୍କ ନାଁରେ ମାମଲା ସହ ତଦନ୍ତ ପରିସରଭୁକ୍ତ କରିବାକୁ ପରିଷଦ ଅପିଲ କରିଛି।
ଅନ୍ୟପକ୍ଷେ, କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାର୍କେଡ୍କୁ ଅଣ୍ଡାମାଡ଼ ହୋଇଛି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ଅଣ୍ଡାମାଡ଼ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/casda-750x430-1_1626944988.jpg)