ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ। ଘଣ୍ଟା ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ସ୍ୱେଚ୍ଛାସେବୀମାନେ ମିଶି ଜଣେ ବୃଦ୍ଧଙ୍କ ଅନ୍ତିମ ସତ୍କାର କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଞ୍ଜାଉଡ଼ାର ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗାଁର ସାଧୁ ବାଗ ନାମକ ଜଣେ ବୃଦ୍ଧ ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିଲେ। ଏଥିପାଇଁ ଜାତି ଭାଇ ସାଧୁଙ୍କୁ ସାମାଜିକ ବାସନ୍ଦ କରିଥିଲେ। ଗତକାଲି ମଧ୍ୟାହ୍ନରେ ୮୦ ବର୍ଷ ବୟସରେ ସାଧୁଙ୍କ ମୃତ୍ୟୁ ପରେ ଜାତି ଭାଇ କେହି କାନ୍ଧ ନଦେବାରୁ ଦୀର୍ଘ ୪ଘଣ୍ଟା ଧରି ଶବ ପଡ଼ି ରହିଥିଲା।